ଶିଶୁ ଅଧିକାର ଓ ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ପ୍ରତେକ ଶିଶୁ ଅନନ୍ୟ ପ୍ରତିଭାର ଅଧିକାରୀ । ସେହି ପ୍ରତିଭାର ବିକାଶ ହିଁ ପ୍ରତ୍ୟେକଙ୍କର ଧ୍ୟେୟ ହେବା ଊଚିତ ବୋଲି ଶିଶୁ ଅଧିକାର ଓ ସୁରକ୍ଷା ସଂପର୍କିତ ଏକ ବୈଠକରେ ବକ୍ତାମାନେ ମତ ବ୍ୟକ୍ତ କରିଚ୍ଥନ୍ତି । ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଆକ୍ସନ ଏଡ୍ ଅନୁୁଷ୍ଠାନର ମିଳିତ ସହଯୋଗରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ମୁକ୍ତ ସମାଜ ସଂପର୍କିତ ଏକ ପର୍ଯ୍ୟାଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଶିଶୁ ମାନଙ୍କ ଅଧିକାର ଓ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଚ୍ଥି ବୋଲି କହିଥିଲେ । ପରିବାର ସହ ରହିବା ପ୍ରତ୍ୟେକ ଶିଶୁର ମୈାଳିକ ଅଧିକାର । କୈାଣସି କ୍ଷେତ୍ରରେ ସେ ପିତୃ ମାତୃ ହୀନ ବା ପରିବାରଚ୍ୟୁତ ହେଲେ ବିଭିନ୍ନ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖାଯିବା, ସୁରକ୍ଷା ଦେବା, ଶିକ୍ଷା ଦାନ କରାଇବାର ବ୍ୟବସ୍ଥା ରହିଚ୍ଥି । ବାଲ୍ୟ ବିବାହକୁ ରୋକାଯିବା ପାଇଁ ମଧ୍ୟ ଟାସ୍କ ପୋଂର୍ସ ଗଠନ ସହ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଚ୍ଥି ବୋଲି କହିବା ସହ କୈାଣସି କ୍ଷେତ୍ରରେ ଏଭଳି ଘଟଣା ଦୃଷ୍ଟି ଗୋଚର ହେଲେ ହେଲ୍ପ ଲାଇନ ନମ୍ୱର ୧୦୯୮ କୁ କଲ କରିବାକୁ ସେ ଅନୁରୋଧ କରିଥିଲେ । ଆକ୍ସନ ଏଡ୍ ଅନୁଷ୍ଠାନନର ଜିଲ୍ଲା ସଂଯୋଜକ ସୁରେନ୍ଦ୍ର ଡିଗାଲ ବିଶ୍ୱ ସାରା ଶିଶୁ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜାତି ସଂଘ ପଦକ୍ଷେପ ନେଉଚ୍ଥି । ଆମ ଜିଲ୍ଳ୍‌ାରେ ଶିଶୁ ମାନଙ୍କୁ ଶିକ୍ଷା ପ୍ରଦାନ, ପୁଅ ଝିଅର ଭେଦଭାବ ନ ରଖି ସୁରକ୍ଷା, ବାଲ୍ୟ ବିବାହକୁ ପ୍ରତିହତ କରିବାକୁ ତୃଣମୂଳ ସ୍ତରରୁ ଉଦ୍ୟମ ଆରମ୍ଭ ହୋଇଚ୍ଥି । ଏହା ଏକ ସାମୁହିକ କାର୍ଯ୍ୟ । ପ୍ରତ୍ୟେକ ବ୍ୟକ୍ତି ଶିଶୁ ସୁରକ୍ଷା ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବା ଏବଂ “ଣରଗ୍ଦ ଗ୍ଧକ୍ଟ ଝମଷକ୍ଟକ୍ଟକ୍ଷ ଌ ଈବମଳ ଗ୍ଧକ୍ଟ ଝମଷକ୍ଟକ୍ଟକ୍ଷ” କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଚ୍ଥି ବୋଲି ସେ କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ବାଲ୍ୟ ବିବାହ ଏକ ଘୃଣ୍ୟ, ଯନ୍ତ୍ରଣାଦାୟକ ଓ ନିନ୍ଦନୀୟ କଥା ବୋଲି ମତଦେଇ ଏହାକୁ ସବୁ ସ୍ତରରେ ଦୃଢ ବିରୋଧ କରିବା ଏବଂ ଏହାର ମୂଳୋତ୍ପାଟନ ପାଇଁ ଊଦ୍ୟମ କରିବାକୁ ସେ ଅନୁରୋଧ କରିଥିଲେ । ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କୁ ବ୍ୟାପକ ସଚେତନ କରାଯାଇ ପାରିଲେ ଏହାର ପ୍ରତିପଂଳନ ସକରାତ୍ମକ ହୋଇପାରିବ ବୋଲି ସେ କହିଥିଲେ । ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି ଏଥିରେ ଅଧ୍ୟକ୍ଷତା କରିବା ସହ ପ୍ରତ୍ୟେକ ଶିଶୁ ମଧ୍ୟରେ ଥିବା ପ୍ରତିଭାର ଉନ୍ମେଷ ଓ ଶିଶୁ ସୁରକ୍ଷା ସଂପର୍କରେ ବିଦ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଚ୍ଥି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ, ମୁକେଶିନୀ ବାରିକ, ସ୍ୱାତୀ ସାମଲ, ସଂଗୀତା ଶତପଥୀ, ବର୍ଷା ସ୍ୱାଇଁ, ଲିପ୍‌ସା ସ୍ୱାଇଁ, ପ୍ରତିମା ମହାପାତ୍ର, ସବିତା ରାଣୀ ବଳ, ରଂଜିତା ବେହେରା, ସୁରମା ଦାଶ, ମଂଜୁଲତା ଦାସ, ସୋନାଲି ସାହୁ, ଶିକ୍ଷକ ଏମ୍‌.ଡି. ଅକମଲ, ସୁବାଷ ଚନ୍ଦ୍ର ଜେନା ଓ ଚ୍ଥାତ୍ର ଚ୍ଥାତ୍ରୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ