ଶିଶୁ ଅପହରଣ ଏବଂ ହତ୍ୟା ବିରୁଦ୍ଧରେ ଆଜି ହିନ୍ଦୁସେନା ପକ୍ଷରୁ ଡିଜିପି ଙ୍କୁ ଦାବିପତ୍ର ପ୍ରଦାନ

କଟକ, (ଦୀପକ୍ କୁମାର ବେଉରା): ରାଜ୍ୟରେ ବଢୁଥିବା ଶିଶୁ ଅପହରଣ ଏବଂ ହତ୍ୟା ବିରୁଦ୍ଧରେ ଆଜି ହିନ୍ଦୁସେନା ତରଫରୁ ଏକ ଦାବିପତ୍ର ପୋଲିସ ମହାନିର୍ଦେଶକଙ୍କ ଉଦେଶ୍ୟରେ ବକ୍ସି ବଜ଼ାରସ୍ଥିତ ପୋଲିସ ମୁଖ୍ୟାଳୟରେ ପ୍ରଦାନ କରାଯାଇଛି l ସଂଗଠନ ଅଭିଯୋଗ କରିଛି କି ଶିଶୁ ମୃତ୍ୟୁ ଭଳି ହତ୍ୟା ଓ ଅପହରଣ ଅନୁରୂପ ଭାବରେ ବଢ଼ିବାରେ ଲାଗିଛି। ପୋଲିସ ପ୍ରଶାସନ ଏହା ଉପରେ ଗୁରୁତ୍ୱ ଦେଉ ନଥିବା ଯୋଗୁ ଅପରାଧି ମାନଙ୍କର ମନୋବଳ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।
ନୟାଗଡ଼ ପରୀ ହତ୍ୟା ଘଟଣା , ନୟାଗଡ଼ ର ୩ ବର୍ଷର ଶିଶୁକନ୍ୟା ସ୍ୱାତି , ଯାଜପୁର ଜିଲ୍ଲାର ୨ ବର୍ଷର ଶିଶୁପୁତ୍ର ପୀହୁ ଓ ବାଲେଶ୍ଵର ର ୭ ବର୍ଷର ଶିଶୁକନ୍ୟା ବିଷ୍ଣୁପ୍ରିୟା ଙ୍କର ହତ୍ୟାକୁ ବହୁଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏମାନଙ୍କର ପରିବାରକୁ ନ୍ୟାୟ ମିଳିପାରିନାହିଁ । ଏଣୁ ଏହିଭଳି ଘଟୁଥିବା ଘଟଣା ର ସଠିକ ତଦନ୍ତ କରିବା ସହ ଦୋଷୀମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦେବାପାଇଁ ହିନ୍ଦୁସେନା ପୋଲିସ ଡିଜିଙ୍କୁ ଦେଇଥିବା ଦାବିପତ୍ର ରେ ଉଲ୍ଲେଖ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ