ଶିଶୁ ଓ ଗର୍ଭବତୀ ମହିଳାଙ୍କ ଖାଦ୍ୟ ଯୋଗାଣ ପାଇଁ ଦିନ ଧାର୍ଯ୍ୟ କର – ଅଙ୍ଗନବାଡି କର୍ମୀ ସଂଘ

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଯୋଗା ଯାଉଥିବା ଶିଶୁ ଓ ଗର୍ଭବତୀ ମହିଳାଙ୍କ ପୃଷ୍ଟିକର ଶୁଖିଲା ଖାଦ୍ୟ ଯୋଗଣ ପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରିବା ନଚେତ ଖାଦ୍ୟ ଯୋଗାଣର ଦିନେ ବା ଦୁଇଦିନ ପୂର୍ବରୁ ଅଙ୍ଗନବାଡି କର୍ମୀ ମାନଙ୍କୁ ଜଣାଇବାକୁ ଏକ ଲିଖିତ ଦାବିପତ୍ର ବୁଗୁଡା ସିଡିପିଓ ଙ୍କୁ ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ସୋମବାର ଦିନ ସଭାନେତ୍ରୀ ବାସନ୍ତୀ କୁମାରୀ ପ୍ରଧାନ ଓ ସମ୍ପାଦିକା ଅନିତା କୁମାରୀ ମିଶ୍ର ପ୍ରଦାନ କରିଛନ୍ତି। ଅଙ୍ଗନବାଡି କର୍ମୀଙ୍କ ଅଭିଯୋଗ ହେଲାଯେ ଯେଉଁ ଗୃପ ଖାଦ୍ୟ ଯୋଗାଉଛନ୍ତି, ଯୋଗାଣ ସମୟରେ ଗୃପର ଜଣେ ମାଆ ସାଥିରେ ଆସିବା ନିୟମ ଥିବାବେଳେ ସମସ୍ତେ ପୁରୁଷ ବ୍ୟକ୍ତି ଆସି ମନଇଚ୍ଛା ଫୋପାଡ଼ି ଦେଇ ଚାଲିଯାଉଛନ୍ତି। ସେହିପରି ବର୍ତ୍ତମାନ କରୋନା ସଂକ୍ରମଣ ସମ୍ପର୍କୀୟ ବିଭିନ୍ନ କାର୍ଯ୍ୟରେ କର୍ମୀମାନେ ନିୟୋଜିତ ଥିବା ସମୟରେ କର୍ମୀ ମାନଙ୍କୁ କୌଣସି ଖବର ନଦେଇ ଖାଦ୍ୟ ସାମଗ୍ରୀ ନେଇ ପହଁଞ୍ଚି ଯାଉଥିବା ବେଳେ ଖାଦ୍ୟ ରଖିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସେହି ଦୃଷ୍ଟିରୁ ଖାଦ୍ୟ ଯୋଗାଣ ପାଇଁ ନିର୍ଦ୍ଦିଷ୍ଟ ଦିନ ଓ ସମୟ ଧାର୍ଯ୍ୟ କରିବା ପାଇଁ ଦାବୀ କରଛନ୍ତି। ଆସନ୍ତା ମାସରୁ ଦିନ ଧାର୍ଯ୍ୟ ସହ ନିୟମ ଅନୁଯାୟୀ ଖାଦ୍ୟ ସାମଗ୍ରୀର ଯୋଗାଣ ହେବାକୁ ସିଡିପିଓ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏହି ବିଷୟ ନେଇ ସିଡିପିଓଙ୍କ ମତ ନେବାପାଇଁ ଚେଷ୍ଟା ହୋଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ