ଶିଶୁ କାଲିର ନାଗରିକ ତୁରେଇନିକ୍ତିମାଲ ସ୍କୁଲ ବାର୍ଷିକ ଉତ୍ସବ
କୁଚିଣ୍ଡା,(ରିଙ୍କୁ କୁସୁମ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ତୁରେଇ ନିକ୍ତିମାଲ ସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସମାରୋହ ପାଳିତ ହୋଇ ଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁରମାଞ୍ଜଳି ନାଏକଙ୍କ ସଭାପତିତ୍ବ ତୁଲାଇ ବାର୍ଷିକ ବିବରଣୀ ପଠନ କରିଥିଲେ ଆୟୋଜିତ ଏହି ଉତ୍ସବରେ କୁଚିଣ୍ଡା ବ୍ଳକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ଗଣଙ୍କୁ ବିଭିନ୍ନ ଉଦାହରଣ ଓ କାହାଣୀ ମାଧ୍ୟମରେ ଆହ୍ବାନ କହିଥିଲେ ଶୃଙ୍ଖଳା ହିଁ ମଣିଷକୁ ଆଗକୁ ନେଇଥାଏ ବୋଲି କହିଥିଲେ । ଅନ୍ୟ ମାନଙ୍କ ଭିତରେ ମୁଖ୍ୟ ବକ୍ତା ଲବଣୀଧର ନାଏକ ସମ୍ମାନିତ ଅତିଥି ଭାବରେ ବୈଦ୍ୟନାଥ ବେହେରା , ବିଦ୍ୟାଳୟ ପରିଚାଳନା ସଭାପତି ବିଶ୍ୱନାଥ ଗୌଡ଼ ଓ ଗ୍ରାମର ଅନ୍ୟାନ ଭଦ୍ରଗଣ ହରିହର ମାଝୀ,ମୁରଲୀଧର କଟୁରୀ,ଶୁଶିଲ କ୍ଷୀର, ବ୍ରଜନାଥ ନାଏକ, କରୁଣାକର ବର, ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ନଳିନୀକାନ୍ତ ନାଏକ, ଜୟନାରାୟଣ ନାଏକ, ପ୍ରଶ୍ନ କୁଆ ଏବଂ ପୂର୍ବତନ ସି ଆର ସି ସି ରାଜେଶ ଦାସ ପ୍ରମୁଖ ଯୋଗ ଦେଇଥିଲେ ଥିଲେ କାର୍ଯ୍ୟକ୍ରମ ରେ କୃତି ଛାତ୍ର,ଛାତ୍ରୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।ପ୍ରାରମ୍ଭରେ ଛାତ୍ରୀ ଗଣ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ ସଭା ପରିଚାଳନା କରିଥିଲେ ସୁରେନ୍ଦ୍ର ବାଘ କାର୍ଯ୍ୟକ୍ରମ କୁ I କାର୍ଯ୍ୟକ୍ରମ ସହଯୋଗ ରେ ଚନ୍ଦ୍ରଭାନୁ ଗୌଡ଼, ସୁଭାଷିନୀ ଭଇଁଷା , ଉପେନ୍ଦ୍ର ବାଘ ସହକାରୀ ଶିକ୍ଷକ ପ୍ରମୁଖ ଆୟୋଜନରେ ସକ୍ରିୟ ଭୂମିକା ନିଭାଇଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।