ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ ପାଇଁ ପୃଷ୍ଟିକର ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ଶୁଭାରମ୍ଭ

କଳାହା‌ଣ୍ଡି (‌ୱାଇଏନ୍‌ଏସ୍‌): ୬ମାସରୁ ୩ବର୍ଷ ପିଲା ରହିବେ ଶିଶୁ ଯତ୍ନ କେନ୍ଦ୍ରରେ, ଗର୍ଭବତୀ ଓ ପ୍ରସୁତି ମହିଳାଙ୍କୁ ପ୍ରଦାନ କରାଯିବ ଗରମ ରନ୍ଧାଖାଦ୍ୟ ୫ଟି ପଞ୍ଚାୟତର ୮ଟି ଗାଁରେ ଶୁଭାରମ୍ଭ ହେଲା ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ବାନି ଗାଁ ଠାରେ। ଲାଞ୍ଜିଗଡ଼ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ଅଙ୍ଗନଓ୍ବାଡି କେନ୍ଦ୍ର ମାଧ୍ୟମରେ ୩ବର୍ଷରୁ ୬ବର୍ଷର ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟମାନ ଓ ଗରମ ରନ୍ଧାଖାଦ୍ୟ ଦେଇ ପ୍ରାକଶିକ୍ଷା ପ୍ରଦାନ କରାଯାଉଛି। ହେଲେ ଲାଞ୍ଜିଗଡ ବ୍ଲକରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।  ଏହି ଯୋଜନାରେ ୬ ମାସରୁ ୩ବର୍ଷର ଶିଶୁ ମାନଙ୍କୁ ଶିଶୁ ଯତ୍ନ କେନ୍ଦ୍ରରେ ରଖି ପୁଷ୍ଟିକର ଖାଦ୍ୟ ଦେବା ସହ ପ୍ରତ୍ୟେକ କେନ୍ଦ୍ରରେ ସେମାନଙ୍କ ସେବା ସୁସୃଷା ପାଇଁ ୨ଜଣ ଧାଇମାଁ ମଧ୍ୟ ନିଯୁକ୍ତି କରାଯାଇଛି। ଏହି କେନ୍ଦ୍ର ମାନଙ୍କରେ ଗର୍ଭବତୀ ଓ ପ୍ରସୁତି ମହିଳା ମାନଙ୍କୁ ଗୋଟିଏ ଓଳି ଗରମ ରନ୍ଧାଖାଦ୍ୟ ଯୋଗଇଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ପିଡି ଡିଆରଡିଏ ଦୁର୍ଗା ପ୍ରସାଦ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ଦ୍ୱାରା ଅଞ୍ଚଳରୁ କୁପୋଷଣର ଶିକାର ହେଉଥିବା ଶିଶୁ ମାନେ ଉପକୃତ ହୋଇପାରିବେ ଓ ଗର୍ଭବତୀ ଓ ପ୍ରସୁତି ମହିଳା ମାନେ ପୃଷ୍ଟିକର ଖାଦ୍ୟ ଖାଇ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବେ ଏଣୁ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ ବୋଲି କହିଥିଲେ। ବାନିଗାଁ ଠାରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ବେଳେ ଲାଞ୍ଜିଗଡ ବ୍ଲକର ୫ଗୋଟି ପଞ୍ଚାୟତର ୮ଟି ଗାଁ ବାନିଗାଁ, ଲେପଟାଗୁଡା, ସେମିଳିଭଟ୍ଟା, ଜଗନ୍ନାଥପୁର, କସାଂରୀ, ମସ୍କାପଦର, ଟୁରିଗୁଡା ଓ ଗୋଇପଟ୍ଟା ଗାଁର ୬୧ଜଣ ଗର୍ଭବତୀ ଓ ପ୍ରସୁତି ମହିଳା ଓ ୧୨୯ଜଣ ୬ମାସରୁ ୩ବର୍ଷର ଶିଶୁ ମାନେ ଏହି ସେବା ପାଇପାରିବେ। ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସି ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରଶସାଂ କରିଥିବା ବେଳେ ପ୍ରସୁତି ମାଁ ମାନେ ନିଜ ଛୁଆକୁ ଶିଶୁଯତ୍ନ କେନ୍ଦ୍ରର ଦାଇତ୍ୱରେ ଦେଇ ନିଜ କାମରେ ବାହାରକୁ ଯାଇ କାମଧାମ ସାରି କେନ୍ଦ୍ରକୁ ଆସି ନିଜେ ମଧ୍ୟ ପୃଷ୍ଟିକର ଖାଦ୍ୟ ଖାଇପାରିବେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ସମସ୍ତ ପଦାଧିକାରୀ ନିଜ ହାତରେ ବାଢି ଶିଶୁ , ଗର୍ଭବତି ଓ ପ୍ରସୁତି ମାଁ ମାନଙ୍କୁ ଖାଇବାକୁ ଦେଇଥିଲେ। ଆଗକୁ ପର୍ଯ୍ୟାୟ କ୍ରମେ ବ୍ଲକରେ ଥିବା ବିଭିନ୍ନ ଆଦିବାସି ଗାଁକୁ ଏଥିରେ ସାମିଲ କରାଯିବ ବୋଲି କୁଟିଆକନ୍ଧ ଉନ୍ନୟନ ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ଲୋମ୍ବଧର ପ୍ରଧାନ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ