ଶିଶୁ ଙ୍କ ପାଇଁ ବିପଦ ଗାଁ ମଝିରେ ଥିବା ଖୁଲା କୂଅ
କୁଚିଣ୍ଡା, (ଲିପନ ନାଏକ):କୁଚିଣ୍ଡା ଏନ. ଏ. ସି ୱାର୍ଡ ନ°-୦୧ମହୁଲଡିହି କିସାନପଡା ମଝିରେ ଥିବା ଖୁଲା କୂଅ ଶିଶୁ ଙ୍କ ପାଇଁ ବିପଦ ସାଜିଛି l କିଛି ମାସ ତଳେ ସେହି ସ୍ଥାନ ରେ ଏନ. ଏ. ସି ପକ୍ଷ ରୁ ଶିଶୁ ଙ୍କ ଖେଳିବା ପାଇଁ ଦୁଲି, ଏବଂ ଏନେକ ଖେଳିବା ସାମଗ୍ରୀ ଲଗାଯାଇଥିଲା l ପରେ ପରେ ଓପନ ଜିମ ର କେତେକ ସାମାନ ଲଗାଯାଇଛି l ଯାହା ଫଳରେ କୁନିକୁନି ଶିଶୁ ମାନେ ବିଭିର୍ଣ୍ଣ ସମୟରେ ଖେଳୁଥିବା ବେଳେ ଶିଶୁ ଙ୍କ ପାଇଁ କେତେବେଳେ ଯେ ଏହି କୂଅ ବିପଦ ନ ସାଜିବା ତାକୁ କେହି କହିପାରିବେ ନାହିଁ l ହେଲେ ପ୍ରଶାସନ ର ଅବହେଳା ଯୋଗୁଁ ଏହି କୂଅ ର ଅଧା ପାଚେରୀ ଭାଙ୍ଗି ଦୀର୍ଘ ଦିନ ହେବ ବିପଦ ଅବସ୍ଥା ରେ ଛାଡି ଦେଇଥିବା ଅଭିଯୋଗ ହୋଇଛି l ତେଣୁ ପ୍ରଶାସନ ଏ ଦିଗ ରେ ଦୃଷ୍ଟି ଦେଇ ଏହି କୂଅ କୁ ଶୀଘ୍ର ପୋତିବାକୁ ଦାବି ହେଉଛି l