ଶିଶୁ ଦିବସରେ ପ୍ରତିଯୋଗିତା ଅନୁଷ୍ଠିତ
ବନ୍ତ, (ଯୁଗାଦ୍ଧ ନ୍ୟୁଜ) : ଶିଶୁ ଦିବସ ଅବସରରେ ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ପଳସାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୫୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଶିକ୍ଷାବିତ୍ ହଳଧର ବାଇ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଗୌରାଙ୍ଗ ଚନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଭରସା ସଂଗଠନର ସଂପାଦକ ସୌମ୍ୟ ରଂଜନ ମହାନ୍ତି, ବିଦ୍ୟାଳୟର ସଂପାଦକ ରବିନ୍ଦ୍ର କୁମାର ପୃଷ୍ଟି, ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାଢୀ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ରବିନ୍ଦ୍ର ଜେନା, ଶ୍ରୀକାନ୍ତ ସାହୁ, ଲିଲିରାଣୀ ସେନାପତି, ଚିନ୍ମୟୀ ସୁଆର, ମଧୁସ୍ମିତା ନାଥ, ରାଧାରାଣୀ ଦାସ, ବାସନ୍ତୀ ବାରିକ ପ୍ରମୁଖ ସହାୟତା କରିଥିଲେ ।