ଶିଶୁ ଦିବସ ପାଳନ କଲେ ଛାତ୍ରଛାତ୍ରୀ

ଘଟଗାଁ- ଆଜି ସାରା ଭାରତ ବର୍ଷ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିନ ଉପଲକ୍ଷେ ଶିଶୁ ଦିବସ ପାଳନ କରୁଥିବା ବେଳେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ମା ତାରିଣୀ ୟୁଥ୍ କ୍ଲବ ପଇଦାପାଟଣାର ଯୁବକ ମାନେ ଗୟଳମୁଣ୍ଡା ପ୍ରାଥମିକ ବିଦ୍ୟାଳୟର କୁନି କୁନି ପିଲା ମାନଙ୍କ ଗହଣରେ ଅଭିନବ ଢଙ୍ଗରେ ବେଶ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ଶିଶୁ ଦିବସ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସାନ୍ତରାପୁର ପଂଚାୟତ ଅଧିନସ୍ଥ ଗୟଳମୁଣ୍ଡା ଗାଁ ରେ ପାଖାପାଖି ୫୦ ଜୁଆଙ୍ଗ ପରିବାର ବାସ କରନ୍ତି । ତେବେ ଏଠାକାର ଜୁଆଙ୍ଗ ସମ୍ପ୍ରଦାୟ ଲୋକମାନଙ୍କର ପିଲାମାନେ କିଭଳି ଭାବେ ଶିକ୍ଷିତ ହେବେ ସେନେଇ ସରକାର ଏଠାରେ ସ୍କୁଲ ଏବଂ ଅଙ୍ଗନୱାନି ତିଆରିି କରିଛନ୍ତି । କିନ୍ତୁ ଏହି କୁନି କୁନି ଛାତ୍ରଛାତ୍ରୀ ପିଲାମାନଙ୍କର ଅଭିଭାବକ ମାନେ ଶିକ୍ଷିତ ନୁହଁନ୍ତି । ତେଣୁ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ନାରାଜ ହୋଇଥାନ୍ତି ଏଠାକାର ଜୁଆଙ୍ଗ ମାନେ । ତଥାପି ଗୟଳମୁଣ୍ଡାର ସରକାରୀ ପ୍ରାଥମିକ ବିଦ୍ୟାଳରେ ବର୍ତମାନ ୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତେବେ ଏ ସମ୍ପର୍କରେ ମା ତାରିଣୀ ୟୁଥ କ୍ଲବ୍ ପଇଦାପାରଟଣାର ଯୁବକ ମାନେ ଜାଣି ଗତକାଲି ସକାଳେ ଏହି ବଣ ପାହାଡ ଘେରା ଆଦିବାସୀ ଗୟଣମୁଣ୍ଡା ଗାଁ କୁ ଆସିଥିଲେ । ତାସହିତ କୁନି କୁନି ପିଲାମାନଙ୍କୁ ଶିତ ବସ୍ତ୍ର ଏବଂ କିଛି କଲମ, ପେନସିଲ, ଖାତା ଇତ୍ୟାଦି ପାଠ୍ୟ ଉପକରଣ ପିଲାମାନଙ୍କୁ ଦେଇ ଆଗାମୀ ଦିନରେ ପାଠ ପଢିବା ପାଇଁ ଉତ୍ସାହିତ କରିଥିଲେ । ତାସହିତ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଜନ୍ମ ଦିବସରେ କାହିଁକି ଶିଶୁ ଦିବସ ପାଳନ କରାଯାଏ । ସେ କିଭଳି ଶିଶୁ ମାନଙ୍କୁ ଭଲ ପାଉଥିଲେ ସେ ସମ୍ପର୍କରେ ମଧ୍ୟ ସଂକ୍ଷେପରେ ବାର୍ତା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ