ଶିଶୁ ପ୍ରତିଭା ସୃଷ୍ଟିକରେ ଶିଶୁ ମହୋତ୍ସବ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରଇପୁର ପଞ୍ଚାୟତ ଅଧୀନସ୍ଥ ରଇପୁର ଜୟଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ,ଓଷ୍ଟା ତରଫରୁ ୪୦ ତମ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ପାଳନ କରାଯାଇଛି.ଏହି ଶିଶୁ ଉତ୍ସବ କୁ ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି ତଥା ଧାମନଗର ପଂଚାୟତ ସମିତି ଅଧକ୍ଷା ଶର୍ମିଷ୍ଠା ବେହେରା,ଧାମନଗର ମଣ୍ଡଳ ଶିକ୍ଷା ଅଧିକାରୀ ଗଦାଧର ଜେନା, ମୁଖ୍ୟ ବକ୍ତା ତଥା ରାଜ୍ୟ ଓଷ୍ଟା କାର୍ଯ୍ୟକାରୀ କମିଟି ସଭ୍ୟ ଅକ୍ଷୟ କୁମାର ହୋତା,ଭଦ୍ରକ ଜିଲ୍ଲା ଓଷ୍ଟା ସଭାପତି ରମାକାନ୍ତ ପରିଡା । ଅନ୍ୟତମ ଅତିଥି ଧାମନଗର ପଞ୍ଚାୟତ ସମିତି ର ପୂର୍ବତନ ଅଧକ୍ଷ ଅଶୋକ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ଭଦ୍ରକ ଜିଲ୍ଲା ଓଷ୍ଟା ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ପାଳସାହି ସେବା ସମବାୟ ସମିତ ଅଧ୍ୟକ୍ଷ ଭାଗବତ ଖଟୁଆ, ରଇପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଜଗଦାନନ୍ଦ ସେଠୀ, ପୂର୍ବତନ ସରପଞ୍ଚ ପିତାମ୍ବର ସ୍ୱାଇଁ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ସତ୍ୟସୁନ୍ଦର ପରିଡା, ରାଜ୍ୟ ଓଷ୍ଟା ର ପୂର୍ବତନ ସମ୍ପାଦିକା ସୁରଜିତା ନାୟକ, ଭଦ୍ରକ ଓଷ୍ଟାର କାର୍ଯ୍ୟକାରୀ ସଭ୍ୟ ପର୍ଶୁରାମ ପାତ୍ର . ସର୍ବୋପରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଙ୍ଗାଧର ବେହେରା।ଏହି ଶିଶୁ ମହୋତ୍ସବ ସଭାରେ ସଭାପତିତ୍ୱ କରିଥିଲେ ନାରାୟଣୀ ଉଚ୍ଚ ବିଦ୍ୟାଳୟ ର ସେବା ନିବୃତ୍ତ ପ୍ରଧାନ ଶିକ୍ଷକ ତଥା ବ୍ଲକ ଓଷ୍ଟା ସଭାପତି ପ୍ରଦୀପ୍ତ କୁମାର ବସନ୍ତିଆ ।ଶିଶୁ ପ୍ରତିଭା ସୃଷ୍ଟି କରିଥାଏ ଶିଶୁ ମହୋତ୍ସବ ବୋଲି ଅତିଥି ମାନେ କହିଥିଲେ ।ସଭା ପରେ ପରେ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇଥିବା କୃତି ପ୍ରତିଯୋଗୀ ଏବଂ ବିଭିନ୍ନ ଦକ୍ଷତା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା ।


