ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଯୋଗେଶ୍ୱରପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ ଅଧ୍ୟକ୍ଷତା କରିବା ସହିତ ହିନ୍ଦୁ ନବବର୍ଷ ପାଳନର ଯଥାର୍ଥତା ସଂପର୍କ ରେ ପ୍ରତିପାଦନ କରିଥିଲେ । ମୁଖ୍ୟ ଅତିଥି ରୂପେ ପୁରୀ ଜିଲ୍ଲା ମାର୍ଗ ପ୍ରମୁଖ ତଥା ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ପ୍ରେମାନନ୍ଦ ପାତ୍ର ଯୋଗଦେଇ ଆମ ସଂସ୍କୃତି ଓ ପରମ୍ପରା କିପରି କଳୁଷିତ ହୋଇଯାଉଛି ସେ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଆଚାର୍ଯ୍ୟ ଅଜୟ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ସଭା କୁ ପ୍ରଭାତ କୁମାର ବେହେରା, କାର୍ତ୍ତିକ ଚନ୍ଦ୍ର ଓଝା, ବେବିନା ପାଣି ପ୍ରମୁଖ ପରିଚାଳନା କରିଥିଲେ ।