ଶିଶୁ ବିଦ୍ୟା ମନ୍ଦିର ରେ “ପ୍ରାକ୍ ଶୈଶବ ପ୍ରଯତ୍ନ ଓ ଶିକ୍ଷା” ସମ୍ପର୍କିତ ଆଲୋଚନା ଚକ୍ର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରବିବାର ପ୍ରାକ୍ ଶୈଶବ ପ୍ରଯତ୍ନ ଓ ଶିକ୍ଷା ସମ୍ପର୍କିତ ଆଲୋଚନା ଚକ୍ର ରବିବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ଯ ଲକ୍ଷ୍ମୀକାନ୍ତ ମିଶ୍ର ଓ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂକୁଳ ସ୍ତରୀୟ ଏହି ଆଲୋଚନା ଚକ୍ର ଆଚାର୍ଯ୍ୟ ବାବୁଲା ପଣ୍ଡା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷାବିତ ଡ଼. ପ୍ରଦୀପ କୁମାର ମହାପାତ୍ର , ସହକାରୀ ଶିକ୍ଷକ ତଥା ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସମିତି ସମ୍ପାଦକ ପ୍ରକାଶ ଚନ୍ଦ୍ର ପ୍ରଧାନ , ଇଶ୍ଵର ଭୂୟାଁ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ଶିକ୍ଷା ଗ୍ରହଣ ପୂର୍ବରୁ ଜଣେ ଶିଶୁର ପ୍ରଯତ୍ନ କିପରି ନିଆଯାଇପାରିବ ଏବଂ ଶିଶୁର ଶିକ୍ଷା ବିକାଶ କ୍ଷେତ୍ରରେ ମାତା ପିତା ଓ ଆଚାର୍ଯ୍ୟା ଆଚାର୍ଯ୍ୟ ମାନେ କେତେ ଯତ୍ନବାନ ହୋଇପାରିବା ସେ ନେଇ ଆଲୋଚନା ଚକ୍ରରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିସହ ଶିଶୁର ଶିକ୍ଷା ପାଇଁ ମାତା ,ପିତା , ପରିବେଶ ଓ ବିଦ୍ୟାଳୟର ଭୂମିକା ଉପରେ ଅତିଥି ବୃନ୍ଦ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ । ଏହି ଆଲୋଚନା ଚକ୍ରରେ ସଂକୁଳ ସ୍ତରୀୟ ବିଭିନ୍ନ ଶିଶୁ ମନ୍ଦିର ର ୧୧୦ ଜଣ ଆଚାର୍ଯ୍ୟା ଆଚାର୍ଯ୍ୟ ଓ ସ୍ଥାନୀୟ ବହୁ ସଂଖ୍ୟକ ଅଭିଭାବକ ,ଶିକ୍ଷାବିତ୍ ଅଂଶଗ୍ରହଣ କରିଥିବା ବେଳେ ଡେଙ୍ଗାଓସ୍ତା ଗ୍ରାମ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ଯ ଜାନକୀବଲ୍ଲଭ ବିଷୋୟୀ , ବାଲିପଡା ଶିଶୁ ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ଯ ନିରଞ୍ଜନ ବିଷୋୟୀ ଏବଂ ତ୍ରିନାଥ ପାଣିଗ୍ରାହୀ ଉପସ୍ଥିତ ଥିଲେ । ବିଦ୍ୟାମନ୍ଦିର ର ସମସ୍ତ ଆଚାର୍ଯ୍ୟା ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।


