ଶିଶୁ ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।ପ୍ରଧାନାଚାର୍ଯ୍ଯ ଷଷ୍ଠି ପ୍ରସାଦ ବିଷୋୟୀ ଏବଂ ଭଗବତୀ ପ୍ରସାଦ ମିଶ୍ରଙ୍କ ମିଳିତ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ଶ୍ରୀକାନ୍ତ ସାମନ୍ତରାୟ, ସିଆରସିସି ଅନିଲ କୁମାର ଦାସ ଏବଂ ବିଜ୍ଞାନ ବିଭାଗ ଆଚାର୍ଯ୍ୟ ସଞ୍ଜୟ ପୁରୋହିତ ଅତିଥି ଭାବେ ଯୋଗ ଦେଇଥିଲେ।ଏଥିରେ ନୋବେଲ ବିଜେତା ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କ ଜୀବନୀ, ରମଣ ଙ୍କ ପ୍ରଭାବ ସହ ବିକଶିତ ଭାରତକୁ ବିଜ୍ଞାନର ଅବଦାନ ଉପରେ ଆଲୋଚନା କରାଯାଇଥିଲା। ଷଷ୍ଠ ଶ୍ରେଣୀ ଛାତ୍ର ଦିବ୍ଯାଂଶୁ ପଣ୍ଡା ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ଆପେକ୍ଷିକ ତତ୍ତ୍ୱ ସମ୍ପର୍କରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଆଚାର୍ଯ୍ୟ ଦିଲେଶ୍ବର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ବାବୁଲା ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଆଚାର୍ଯ୍ୟା ସୁଦେଷ୍ନା ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ.