ଶିଶୁ ମନ୍ଦିର ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଜନ୍ମାଷ୍ଟମୀ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶିଶୁ ମନ୍ଦିର ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଗତକାଲି ପବିତ୍ର ଜନ୍ମାଷ୍ଟମୀ ଗତକାଲି ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସ ଉପଲକ୍ଷେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଥିଲା । ଏଥିରେ ପ୍ରଥମେ ବିଦ୍ୟାଳୟର ବରିଷ୍ଠ ଅଚାର୍ଯ୍ୟା ରଶ୍ମିତା ପାଠୀ ପ୍ରଭୁ କୃଷ୍ଣ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ଶୈଳେଷ୍ପା ଖଡ୍ଗରାୟ ଭାଗବତ ପଠନ କରିଥିଲେ । ବିଷ୍ଣୁପ୍ରିୟା ମଣ୍ଡଳ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନର ମହତ୍ତ୍ୱ ବୁଝାଇଥିଲେ । ବିଦ୍ୟାଳୟର ଭଉଣୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଅଚାର୍ଯ୍ୟ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମାମାନେ ସହଯୋଗ କରିଥିଲେ । ସେହିପରି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଗଜପତି ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ୟୁଟେକ୍ କମ୍ପୁଟର ଅନୁଷ୍ଠାନ ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ କାର୍ଯ୍ୟକର୍ତ୍ତା ତ୍ରିନାଥ ଶବର, ଜିଲ୍ଲା ସଭାପତି କୌଳାସ ଚନ୍ଦ୍ର ଗୌଡ, ମହନ୍ତ ମହାରାଜ ରାମାନନ୍ଦ ଦାସ ମହାରାଜଜୀ, ନଗର ସଭାପତି କୌଳାସ ଚନ୍ଦ୍ର ପଟ୍ଟନାୟକ, ନଗର ସମ୍ପାଦକ ମନୋଜ ଦାସ ମଞ୍ଚସ୍ଥ ହୋଇ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ତ୍ରିନାଥ ଶବର ସଭାପତିତ୍ୱ କରିଥିବାବେଳେ ମଞ୍ଚାସୀନ ଅତିଥିମାନେ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ପବିତ୍ର ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ଲୋକନାଥ ମିଶ୍ର ପରିଚାଳନା କରିବା ସହ କୋଷାଧ୍ୟକ୍ଷ ହରିମୋହନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯକ୍ରମରେ ଜିଲ୍ଲା ଉପସଭାପତି ଆଶାଲତା ପାଣିଗ୍ରାହୀ, ପୂର୍ବତନ ସଭାପତି ଜଗଦୀଶ ମହାନ୍ତି, ନଗର ଉପସଭାପତି ମିନାକୁମାରୀ ଟହଲ, ସତସଙ୍ଗ ପ୍ରମୁଖ ସତ୍ୟନାରାୟଣ ସାହୁ, ନିଧି ପ୍ରମୁଖ ଗୌରହରି ପଟ୍ଟନାୟକ, ବଜରଙ୍ଗ ଦଳ ସଂଯୋଜକ ସତ୍ୟନାରାୟଣ କାର୍ଯୀ, ଧର୍ମ ପ୍ରଚାର ପ୍ରମୁଖ ସନ୍ଦିପ ମହାନ୍ତି, ଅର୍ଚକ ଓ ପୂଜକ ଦୁର୍ଗା ପ୍ରସାଦ ଦାସ, ସାମାଜିକ ସମରସଭା ପ୍ରମୁଖ ନରସିଂହ ଗୌଡ ଓ ବହୁ ଶ୍ରୋତାଗଣ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ