ଶିଶୁ ମନ୍ଦିରରେ ମାତୃ ପିତୃ ପୂଜନ ଦିବସ ପାଳିତ
ପାରଳାଖେମୁଣ୍ଡି ,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ମାତୃ ପିତୃ ପୁଜନ ଦିବସ ଦିବସ ପାଳିତ ହୋଇଯାଇଛି. । ଏହି ଅବସର ରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ନିଜ ନିଜ ପିତା ମାତା ମାନଙ୍କୁ ଏକ ପୂଜନ କରିଥିଲେ । .ମହନ୍ତ ରାମାନନ୍ଦ ଦାଶ ଅତିଥି ଭାବରେ ଯୋଗ ଦେଇ ଆଜିର ଅବକ୍ଷୟମୁଖୀ ସମାଜରେ ପିତା ମାତାଙ୍କ ପ୍ରତି ସନ୍ତାନ ମାନଙ୍କ ଭକ୍ତି ଓ କର୍ତ୍ତବ୍ୟର ଆବଶ୍ୟକତା ବିଷୟରେ ଆଲୋକ ପାତ କରିଥିଲେ.ଏହି ଦିନ ପୁଲବାମା ଘଟଣାର ବର୍ଷ ପୂର୍ତ୍ତି ଉପଲକ୍ଷେ ଶହୀଦ ଜୱାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଥିଲା.କାର୍ଯ୍ୟକ୍ରମରେ ଶତାଧିକ ପିତା ମାତା ଯୋଗ ଦେଇ ବର୍ତ୍ତମାନ ପାଇଁ ଏଭଳି କାର୍ଯ୍ୟକ୍ରମ ର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିବା ସହ ଶିଶୁ ମନ୍ଦିରର ଏଭଳି ପ୍ରଚେଷ୍ଟାକୁ ସାଧୁବାଦ ଦେଇଥିଲେ. ସ୍ୱେଚ୍ଛାସେବୀ ରାମଚନ୍ଦ୍ର ପଣ୍ଡା ଓ ରାମକୃଷ୍ଣ ଭାଇ ଓ ଗୁରୁଜୀ ଗୁରୁମାଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।


