ଶିଶୁ ମାନଙ୍କ ଦ୍ଵାରା ପରିବା ହାଟ ନେଇ ସଚେତନତା
ବ୍ରହ୍ମପୁର,(ଅନିଲ କୁମାର):ଶିଶୁ ମାନଙ୍କୁ ପନିପରିବା ସମ୍ପର୍କ ରେ ଅବଗତ କରିବା ନେଇ ଜୟ ପ୍ରକାଶ ନଗର୍ ସ୍ଥିତ ଆୟାନୀ ଡାନ୍ସ ଏକାଡେମୀ ତଥା ରେନବୋ ପ୍ଲେ ସ୍କୁଲ ତରଫରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପରିବା ହାଟ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ କୁନି କୁନି ଶିଶୁ ମାନଙ୍କ ଦ୍ବାରା ସଚେତନତା ଲାଗି ହାଟ ମାଧ୍ୟମରେ ପନିପରିବା ବିକ୍ରୀ କରାଯାଇଥିଲା । ଏକାଡେମୀ ର ମୁଖ୍ୟ ପରିଚାଳିକା ତଥା ଅଧ୍ୟକ୍ଷା ଅସ୍ମିତା ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁ ମାନେ ଉତ୍ସାହ ର ସହ ସାମିଲ ହୋଇଥିଲେ । ଏଥିରେ ସ୍ଵପ୍ନା ରାଣୀ ଗୌଡ଼, ପଦ୍ମିନୀ ନାୟକ, ମନିଷା ଦାସ, ଏମ ଶିବାନୀ, ଆର୍ . ଦୀବ୍ୟା ପ୍ରମୁଖ ସହଯୋଗ କରିଥିଲେ। କିଛି ଶିଶୁ ପରିବା ବିକାଳୀ ଆଉ କିଛି ଶିଶୁ ଗ୍ରାହକ ହୋଇ ପନିପରିବା କ୍ରୟ ବିକ୍ରୟ କରି ଥିଲେ । ଶିକ୍ଷୟତ୍ରୀ ମାନେ ପନିପରିବା ବିଷୟରେ ଶିଶୁ ମାନଙ୍କୁ ପ୍ରଶ୍ନ ଉତ୍ତର ଦ୍ଵାରା ଚିହ୍ନଟ ଓ ସଚେତନ କରାଇ ଥିଲେ ।