ଶିଶୁ ମୃତ୍ୟୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା ନେଇ ଅଭିଯୋଗ,ଦାୟୀ କିଏ
ମାଲକାନଗିରି, (ଅରୁନିମା ପୁରୋହିତ):ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ମେଟାଗୁଡା ଗ୍ରାମର ଜଣେ ଦେଢମାସର ଶିଶୁ କନ୍ୟା ଆମ୍ବୁଲାନ୍ସ ସେବାରେ ଅବହେଳାରୁ ମୃତ୍ୟୁ ବରଣ କରିଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ସୂଚନା ମୁତାବକ ମେଟାଗୁଡା ଗ୍ରାମର କୁରା ରାମାଙ୍କ ସ୍ତ୍ରୀ ଓ ଦେଢ ମାସର ଶିଶୁ କନ୍ୟା ଙ୍କ ଦେହ ବାନ୍ତି ହେବା ଯୋଗୁ ଗତକାଲି ସନ୍ଧ୍ୟାରେ ଅସୁସ୍ଥ ହୋଇ ପଡ଼ିଥିଲା। ଏ ନେଇ ଗ୍ରାମରେ ଥିବା ଆଶା ଦିଦିଙ୍କୁ ଜଣାଇ ଥିଲେ କିନ୍ତୁ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଆବଶ୍ୟକ ପଡିଲା। ଏହାପରେ ଗ୍ରାମର ଜଣେ ବ୍ୟକ୍ତି ଆମ୍ବୁଲେନ୍ସ କୁ ଯୋଗାଯୋଗ କରି ଡାକିଥିଲେ । ହେଲେ ସୂଚନା ମୁତାବକ ଆମ୍ବୁଲେନ୍ସ ଗ୍ରାମକୁ ଯାଇ ଗ୍ରାମବାସୀ କିମ୍ବା କାହାରିକୁ କିଛି ନପଚାରି ୧୦ ରୁ ୧୫ ମିନିଟ ମଧ୍ୟରେ ଫେରି ଆସିଥିଲେ ମଧ୍ୟ୍ୟ ଗୁରୁତର ଦୁଇ ମା ଓ ଶିଶୁ ଙ୍କୁ ଆଣି ନଥିବା ପରିବାର ଲୋକ ଏବଂ ଗ୍ରାମବାସୀ କହିଥିଲେ । ଗ୍ରାମକୁ ଆମ୍ବୁଲାନ୍ସ ଆସିବା ଜାଣି ପରିବାର ଲୋକେ ଆମ୍ବୁଲେନ୍ସ ନିକଟକୁ ଆସିବା ଭିତରେ ସେଠାରୁ ଆମ୍ବୁଲାନ୍ସ ପଳେଇ ଯାଇଥିଲା। ସେହି ରାତ୍ରରେ ବର୍ଷା ଯୋଗୁ ଶିଶୁଟିକୁ ମେଡିକାଲ ଆଣିପାରିନଥିଲେ ପରିବାର ଲୋକେ । ଯାହା ଫଳରେ ଉଚିତ ସମୟରେ ଚିକିତ୍ସା ନମିଳିବାରୁ କୁନି ଝିଅର ମୃତ୍ୟୁ ହେଇଥିଲା ବୋଲି ବାପା କୁରା ରାମା କହିଛନ୍ତି । ସରକାରଙ୍କ ଦ୍ୱାରା ଦୁର୍ଗମ ଅଞ୍ଚଳରେ ଗମନାଗମନ ଅସୁବିଧା ଯୋଗୁଁ ଉତ୍ତମ ସ୍ୱାସ୍ଥ୍ୟସେବା ର ଲକ୍ଷ୍ୟ ଫେଲ୍ ମାରିଥିବା ବେଳେ ଏଠାରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଏକ ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଆମ୍ବୁଲାନ୍ସ ମେଟାଗୁଡ଼ା ରେ ଆଉ କିଛି ସମୟ ଅପେକ୍ଷା କରି ରୋଗୀଙ୍କୁ ଆଣିବାର ଥିଲା ବୋଲି ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ପାଣୁ ଚରଣ ମଣ୍ଡଲ ସ୍ୱୀକାର କରିଛନ୍ତି । ଶିଶୁ କନ୍ୟାର ମୃତ୍ୟୁକୁ ନେଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଆମ୍ବୁଲାନ୍ସ କର୍ମଚାରିଙ୍କ ଏଭଳି କାର୍ଯ୍ୟ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି।