ଶିଶୁ ମୃତ୍ୟୁ ଘଟଣା ପଚାରିବାରୁ ଏଡାଇ ଚାଲିଗଲେ ମୁଖ୍ୟମନ୍ତ୍ରୀ ରୁପାନି

ଗୁଜୁରାଟରେ ଗତ କିଛି ଦିନ ମଧ୍ୟରେ ଶିଶୁ ମୃତ୍ୟୁ ହାର ବଢିଚାଲିଥିବା ବେଳେ ମୃତ୍ୟୁ ହାର କିପରି ହ୍ରାସ ପାଇବା ସହ ମେଡିକାଲରେ କିପରି ଉତ୍ତମ ଚିକିତ୍ସା ହୋଇପାରିବ ସେ ଉପରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ନଦେଇ ମିଡିଆ ଠାରୁ ଦୁରେଇ ଯିବା ବେଶ୍ ଚର୍ଚ୍ଚା ଚାଲିଛି । ରିପୋର୍ଟରୁ ଜଣାପଡିଛି ଯେ ଗତ ୧ ମାସ ମଧ୍ୟରେ ହସପିଟାଲରେ ରାଜକୋଟରେ ଥିବା ସିଭିଲ ୮୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଅହମ୍ମଦାବାଦ୍ର ସିଭିଲ୍ ହସ୍ପିଟାଲ୍ର ସୁପରିଟେଣ୍ଡେଣ୍ଟ୍ ଜିଏସ୍ ରାଥୋଡଙ୍କ କହିବା ମୁତାବକ, ‘ଆଇସିୟୁରେ ଭର୍ତ୍ତି ହୋଇଥିବା ସମୁଦାୟ ୪୫୫ ନବଜାତକଙ୍କ ମଧ୍ୟରୁ ୮୫ ଜଣଙ୍କର ମୃତ୍ୟୁ ଘଟିଛି।’ ସେହିପରି ରାଜକୋଟ ସିଭିଲ୍ ହସ୍ପିଟାଲ୍ର ମନିଷା ମେହେଟ୍ଟା କୁହନ୍ତି, ‘ଡିସେମ୍ବର ମାସରେ ରାଜକୋଟ ସିଭିଲ୍ ହସ୍ପିଟାଲ୍ରେ ୧୧୧ ଜଣ ନବଜାତକଙ୍କ ମୃତ୍ୟୁ ଘଟିଛି।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ