ଶିଶୁ ଯତ୍ନ ଅନୁଷ୍ଠାନରେ ସାନିଟାଇଜର ସହ ବିଭିନ୍ନ ସାମଗ୍ରୀ ବଣ୍ଟନ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ର ବାରଖମା ଗ୍ରାମରେ ଥିବା ଲିଭିଂ ଷ୍ଟନ ମିନିଷ୍ଟ୍ରୀ ଅନୁଷ୍ଠାନ ଅଧୀନରେ ଯେଉଁ ଶିଶୁ ଯତ୍ନ ଅନୁଷ୍ଠାନ ରହିଅଛି, ସେହି ସିସିଆଇରେ କନ୍ଧମାଳ ଜିଲ୍ଲାର ଡିସିପିଓଙ୍କ ସହାୟତାରେ ଏଲଏସଏମ ର ସମ୍ପାଦକ ବିକ୍ରମ ଦିଗାଲ ଏହି ଅନୁଷ୍ଠାନ ରେ ଥିବା ସବୁ ପିଲାମାନଙ୍କୁ ଗାଧେଇବା ସାବୁନ, ସଫା ସାବୁନ, ସାମ୍ଫୁ, ସ।ନି ଟାଇଯାର, ମ।ସ୍କ୍କ ଆଦି ବିତରଣ କରିଛନ୍ତି । ଯାହାକି ଏହି କୁନି କୁନି ପିଲାମାନଙ୍କୁ କରୋନା ମହାମାରୀ ରୁ ଉଦ୍ଧାର କରିବା ନିମନ୍ତେ ଏକ ଅଭିନବ ପଦକ୍ଷେପ। ଏହି ଲକ୍ ଡାଉନ୍ ସମୟରେ ଅନେକ କଷ୍ଟ ସମସ୍ୟାରେ ରହିବା କଥା କିନ୍ତୁ ଆମେ ଆରାମ ରେ ରହୁଛୁ ବୋଲି ଅନୁଷ୍ଠାନ ର ପିଲାମାନେ ଖୁସୀ ବ୍ୟକ୍ତ କରିବା ସହିତ ଏଲ ଏସ ଏମ ର ସମ୍ପାଦକ ଶ୍ରୀ ଦିଗାଲ ଙ୍କୁ ଧନ୍ୟବାଦ ଦେବା ସହ ଡିସିପିଓ ମାଡ଼।ମଙ୍କୁ ମଧ୍ୟ ଧନ୍ୟବାଦ୍ ଦେଇଥିଲେ। ସମୟ ସମୟରେ ଡି ସି ପି ଓ ଏହି ଅନୁଷ୍ଠାନ କୁ ବୁଲିବା ନିମନ୍ତେ ଆସି ଅନୁଷ୍ଠାନ ର ସବୁ ଦୁଃଖ ସୁଖ ବୁଝୁଥିବାରୁ ପୁଣି ଜିଲ୍ଲା ପ୍ରଶାସନଙ୍କୁ ଏତାଦୃଶ କାର୍ଯ୍ୟ ନିମନ୍ତେ ଏଲ ଏସ ଏମ ଶ୍ରୀ ଦିଗାଲ କନ୍ଧମାଳ ଜିଲ୍ଲାର ପ୍ରଶାସନକୁ, ସି.ଡବ୍ଲ୍ୟୁ.ସି. ଅଧ୍ୟକ୍ଷ, ଡି. ସି .ପି .ଓ , ସି .ଡବ୍ଲ୍ୟୁ .ସି . ସଭ୍ୟ ଓ ଡି .ସି. ପି . ଇଉ. ୟୁନିଟିଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି।


