ଶିଶୁ ଶ୍ରମିକ ଉଚ୍ଛେଦ ପ୍ରକ୍ରିୟା ପାଇଁ ସଚେତନା କାର୍ଯ୍ୟକ୍ରମ ବୈଠକ

ବାଲେଶ୍ଵର (ସରୋଜ ପଣ୍ଡା):-ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଦ୍ଵାରା ଶିଶୁ ଶ୍ରମିକ ଉଚ୍ଛେଦ ପ୍ରକ୍ରିୟା ପାଇଁ ସଚେତନତା କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବାଲେଶ୍ଵର ଜିଲ୍ଲାର ଅତିରିକ୍ତ ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ)ଡ.ମଧୁସ୍ମିତା ସାମନ୍ତରାୟ ପୌରହିତ୍ୟ କରିଥିବା ବେଳେ ଡି. ଏ. ଡି. ସି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ କର ଆବାହକ କରିଥିଲେ।ଏହି କାର୍ଯ୍ୟକ୍ରମରେ ଡି. ସି. ପି.ଓ ଶିଶୁ ଶ୍ରମିକ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ,ଅତ୍ୟାଚାର ପାଇଁ ସରକାରଙ୍କ ଆଇନ ଗତ କାର୍ଯ୍ୟଧାରା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ୬ ବର୍ଷରୁ ୧୪ ବର୍ଷର ଶିଶୁ ଶ୍ରମିକ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ହୋଟେଲ,କଲ୍ୟାଣ ମଣ୍ଡପ,କୁଟୀର ଶିଳ୍ପ କେନ୍ଦ୍ର ଭଳି ଅସ୍ୱାସ୍ଥ୍ୟକର ପରିବେଶରେ କାର୍ଯ୍ୟରେ ନିୟୋଜନ କରାଯାଇଥିବାରୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଉଚ୍ଛେଦ କାର୍ଯ୍ୟକ୍ରମକୁ ତ୍ଵରାନିତ ପାଇଁ ବ।ଳ ନିରୋଧ ଆଇନ -୧୯୮୬କାର୍ଯ୍ୟକାରୀ ହେଉଛି। ଆର୍ଥିକ ଦୁର୍ବଳ ଶ୍ରେଣୀର ବାଳ ଶ୍ରମିକ ମାନଙ୍କ ଅଭିଭାବକ ମାନଙ୍କୁ ପରାମର୍ଶ ଓ ଅର୍ଥନୈତିକ ସହାୟତା ସହିତ ୬ବର୍ଷ ରୁ ୧୪ ବର୍ଷ ପର୍ଯ୍ୟନ୍ତ ମୁକ୍ତ ଓ ବାଧ୍ୟତା ମୂଳକ ଶିକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ସରକାର ସ୍ତରରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ।, ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର, ଜରିମାନା ଏବଂ ଜେଲ ଦଣ୍ଡ କୁ କଡାକଡି କରାଯିବା ଉପରେ ବୈଠକରେ ସଚେତନତା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।ଶେଷରେ ଜିଲ୍ଲା ଶିକ୍ଷାଧିକାରୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ