ଶିଶୁ ସାହିତ୍ୟିକା ବିଦ୍ୟୁତପ୍ରଭାଙ୍କୁ ଉତ୍କଳ କେଶରୀ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ ) :ହାଟଡିହି ବ୍ଲକ ଅକରୁଆ ପଞ୍ଚାୟ୍ରତ କାଠିଆସରା ଗ୍ରାମର ଶିଶୁ ସାହିତ୍ୟିକ ବିଦ୍ୟୁତପ୍ରଭା ଦେଓଙ୍କୁ ଉତ୍କଳ କେଶରୀ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଛି । ଜାମିତରା ଠାରେ ଉତ୍କଳ କେଶରୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ବିଶିଷ୍ଟ ପ୍ରବଚକ ବିରେନ୍ଦ୍ର ପ୍ରସାଦ ପଣ୍ଡା, ଶୁଭେନ୍ଦ୍ର ମିଶ୍ର, ରାମଚନ୍ଦ୍ର ନାୟକ, ଗୋବିନ୍ଦ ଚନ୍ଦ୍ର ବାରିକ, ପବିତ୍ର ପାଣିଗ୍ରାହୀ, ଗୋଲଖ ଚନ୍ଦ୍ର ସାହୁ, ପର୍ଶୁରାମ ପେଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦ୍ୟୁତପ୍ରଭାଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିଶୁ ସାହିତ୍ୟକୁ ସମୃଦ୍ଧ କରିବା କ୍ଷେତ୍ରରେ ବିଦ୍ୟୁତପ୍ରଭାଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ । ସେ ଆଜି ପର୍ଯ୍ୟନ୍ତ ୧୧ଟି ପୁସ୍ତକ ରଚନାକରି ପାଠକୀୟ ଆଦୃତ ହାସଲ କରିପାରିଛନ୍ତି । ତାଙ୍କୁ ଏହି ସଫଳତା ମିଳିବାପରେ ଭାଗବତ ଟୁଙ୍ଗି କାଠିଆସରା, ଉତ୍କଳମଣୀ ଶିଶୁ ସାହିତ୍ୟ ସମିତି, ହାଟଡିହି ସମ୍ବାଦ ସାହିତ୍ୟଘର, ବଉଳା ସାହିତ୍ୟ ସଂସଦ, ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦର କର୍ମକର୍ତ୍ତା ମାନେ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ