ଶିଶୁ ସୁରକ୍ଷା ଉପରେ ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଜିଲ୍ଲାର ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମ “ପ୍ରତିଜ୍ଞା”ର ସଫଳ ରୂପାୟନ ପାଇଁ ଦ୍ୱିତୀୟ ଦିନରେ ଗୁରାଣ୍ଡି ଗ୍ରାମର ମୀନକେତନ ମହାବିଦ୍ୟାଳୟ, ସେବକପୁରର ପର୍ଶୁରାମ ଗୁରୁକୁଳ ମହାବିଦ୍ୟାଳୟ, କାଶୀନଗରର ଶ୍ରୀରାମ ମହାବିଦ୍ୟାଳୟ, ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁରର ବିନୋଦିନି ମହାବିଦ୍ୟାଳୟର ୧୦୦ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଶିଶୁ ସୁରକ୍ଷାର ସମସ୍ତ ଦିଗ ଉପରେ ଦିନିକିଆ ପ୍ରଶିକ୍ଷଣ ଶିବିର ପାରଳାଖେମୁଣ୍ଡି ଠାରେ ଥିବା ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ରୂୁପେ ଯୋଗ ଦେବା ସହ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଶ୍ରୀ ପଣ୍ଡା ଉପସ୍ଥିତ ଏନ୍‌ଏସ୍‌ଏସ୍‌, ୟୁଥ ରେଡକ୍ରସ ଏବଂ ସ୍କାଉଟ ଓ ଗାଇଡର ସ୍ୱେଚ୍ଛାସେବୀମାନଙ୍କୁ ସୈନିକ ଭାବେ ଅବିହିତ କରିବା ସହ ସେମାନଙ୍କ ଦ୍ୱାରା ହିଁ ଶିଶୁ ଅଧିକାର ଏବଂ ଶିଶୁ ସୁରକ୍ଷାର ବାର୍ତ୍ତା ଜିଲ୍ଲାର ଶେଷ ଶିଶୁଙ୍କ ଫାଖରେ ପହଞ୍ଚିବା ସହ ଜିଲ୍ଲାକୁ ଶିଶୁ ନିର୍ଯ୍ୟାତନା ମୁକ୍ତ ଜିଲ୍ଲା ଭାବେରେ ଘୋଷଣା କରିହେବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଯୋଗ ଦେଇଥିବା ପ୍ରାୟ ସ୍ୱେଚ୍ଛାସେବୀ ନାବାଳିକା ହୋଇଥିଲା ବେଳେ ନିଜର ସୁରକ୍ଷା ନିଜ ନେତୃତ୍ୱରେ ନିଆଯିବା କଥାକୁ ସମସ୍ତଙ୍କ ଦ୍ୱାରା ଆଗ୍ରହର ସହିତ ଗ୍ରହଣ କରାଯାଇଥିଲା । ଉପରୋକ୍ତ ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଚାଲିଥିବା ବେଳେ ଏଥିରେ ଉପରୋକ୍ତ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌, ୟୁଥ ରେଡ କ୍ରସ ଏବଂ ସ୍କାଉଟ ଆଣ୍ଡ ଗାଇଡର ସଂଯୋଜକ ମାନେ ଯୋଗଦେଇ ସେମାନଙ୍କର ୟୁନିଟ୍ ମାଧ୍ୟମରେ ଶିଶୁ ଅଧିକାର ଏବଂ ସୁରକ୍ଷାର ବାର୍ତ୍ତା ଜିଲ୍ଲାର ଶେଷ ଶିଶୁ ପାଖରେ କିପରି ପହଞ୍ଚିବ ତାହାରି ଉପରେ ଆଲୋଚନା କରିଥିଲେ । ୍‌ନ୍ୟମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଅଳାକ ସାହୁ, ଆକ୍ସନଏଡ୍‌ର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର ଓ ୟୁଏନ୍‌ଏଫପିଏର ଜିଲ୍ଲା ସଂଯୋଜିକା ସଂଯୁକ୍ତା ତ୍ରିପାଠୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଲେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପର୍ଯ୍ୟବେକ୍ଷକ ଅଧିକାରୀ ଜୟପ୍ରକାଶ ବାଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ୟୁନିଟ୍‌ର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ