ଶିଶୁ ସୁରକ୍ଷା ଏବଂ ବାଲ୍ୟବିବାହ ନିରୋଧ ସମ୍ବନ୍ଧୀୟ ତାଲିମ ଶିବିର : ତାଲିମ ନେଲେ ପଞ୍ଚାୟତ ପ୍ରତିନିଧିଗଣ

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଏବଂ ପଞ୍ଚାୟତରେ ଅବସ୍ଥାପିତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ବୁଧବାର ଶିଶୁ ସୁରକ୍ଷା, ଶିଶୁ ଅଧିକାର ଏବଂ ବାଲ୍ୟବିବାହ ନିରୋଧ ଆଇନ ସମ୍ବନ୍ଧରେ ଏହି ତାଲିମ ଶିବିର ଆୟୋଜିତ ହୋଇଥିଲା। ୟୁନିସେଫର ସହାୟତାରେ ଅନ୍ତୋଦୟ ସଂସ୍ଥାର ସମ୍ପୂର୍ଣ୍ଣ ବାର୍ତ୍ତା ପ୍ରକଳ୍ପ ପକ୍ଷରୁ ଆୟୋଜନ ହୋଇଥିଲା । ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଭକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ଶିବିରରେ ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ମୁଖ୍ୟ ଅତିଥି ଏବଂ ଉପାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅନ୍ତୋଦୟ ସଂସ୍ଥାର ଅଧ୍ୟକ୍ଷ ଦିଲୀପ କୁମାର ଦାସ,କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ ଅଶୋକ କୁମାର ପଟ୍ଟନାୟକ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପରାମର୍ଶ ଦାତା ଅଂଶୁମାନ ବାବୁ,ମହମ୍ମଦ ଅମିର ତାଲିମ ଦାତା ଅଂଶଗ୍ରହଣ କରିଥିଲେ । ଶିଶୁର ସୁରକ୍ଷା ଓ ଅଧିକାର ଉପରେ ତାଲିମ ପ୍ରଦାନ କରିବା ସହିତ ବିପଦରେ ଥିବା ଶିଶୁ ମାନଙ୍କ ପାଇଁ କେଉଁ କେଉଁ ଯୋଜନା ରହିଛି ସେନେଇ ଆଲୋଚନା କରିଥିଲେ । ଏଥିସହିତ ବାଲ୍ୟବିବାହ ନିରୋଧ ଆଇନ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହେବଖ ସହିତ ବାଲ୍ୟବିବାହ ରୋକିବା ଦିଗରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ଭୂମିକା ଉପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନାୟକ ଗୁରୁତ୍ବାରୋପ କରିଥିଲେ।ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ପୁନର୍ଗଠନ ଉପରେ ମଧ୍ୟ ଆଲୋଚନା ହୋଇଥିଲା।ଏଥିସହିତ ଏହା ଆସନ୍ତା ମାସ ୭ ତାରିଖ ସୁଦ୍ଧା ପୁନର୍ଗଠନ କରିବା ଦିଗରେ ପଦକ୍ଷେପ ନେବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନାୟକ ଗୁରୁତ୍ୱ ଦେଇଥିଲେ । ଅନ୍ତୋଦୟ ସଂସ୍ଥା ପକ୍ଷରୁ ସଂଜୀବ ସତପଥି୍, ରବିନାରାୟଣ ସିଂହ, ଯୋଗେଶ୍ବର ମାଝୀ ଓ ହୃଷିକେଶ ପାତ୍ର ତାଲିମ ଶିବିର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ