ଶିଶୁ ସୁରକ୍ଷା ପାଇଁ ଶପଥ

ପାରଳାଖେମୁଣ୍ଡି  (ତାରିଣି ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲା ଶିଶୁ ସୁରକ୍ଷା ସଭାଗୃହଠାରେ ମିଳିତ ଜାତିସଂଘ ଶିଶୁ ଅଧିକାର ସମିତି (ୟୁଏନସିଆରସି) ୩୦ବର୍ଷ ପୁର୍ତ୍ତୀ ପାଳନ ଅବସରରେ ଏକ ଜିଲାସ୍ତରୀୟ କର୍ମଶାଳା ସଂଯୋଗ(କଟକ) ଏବଂ ଜିଲା ଶିଶୁ ସୁରକ୍ଷା ୟୁନିଟର ସହଯାଗରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ଅତିଥିମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ କିଶୋର ନ୍ୟାୟ ପରିଷଦର ପ୍ରିନ୍ସିପାଲ ମାଜିଷ୍ଟ୍ରେଟ, ସୁଶ୍ରୀ ଶୁଭଶ୍ରୀ ପ୍ରଧାନ, ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ, ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ,ଜିଲା ସମାଜ ମଙ୍ଗଳ ସୁରକ୍ଷା ଅଧିକାରୀ ଯଶୋବନ୍ତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ୟୁନିସେଫ ସହାୟତାରେ ଗଜପତି ଜିଲ୍ଲାର ୩ଟି ପଞ୍ଚାୟତ ତଥା ଲାବାନ୍ୟଗଡ, ଶୋବରା, ଗାରାବନ୍ଧରେ ୬ଜଣ ଶିଶୁ ଗବେଶକଙ୍କ ସ୍ଥାନୀୟ ଅଞ୍ଚଳରେ ଶିଶୁମାନେ ପାଇଥିବା ମୌଳିକ ସୁବିଧାବଳୀ ଯଥା-ଜଳ ଓ ପରିମଳ, ପୃଷ୍ଟି, ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ଶିକ୍ଷା ଆଦି ସମ୍ପର୍କରେ ପାଇଥିବା ତଥ୍ୟର ବିବରଣି ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଶିଶୁ କଲ୍ୟାଣ କମିଟି, କିଶୋର ନ୍ୟାୟ ପରିଷଦ, ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା, ସମନ୍ୱିତ ଶିଶୁ ବିକାଶ ଯୋଜନାର ପ୍ରତିନିଧି, ଚାଇଲ୍ଡଲାଇନର କର୍ମକର୍ତ୍ତା ଉପସ୍ଥିତ ଥିଲେ । କର୍ମଶାଳାରେ ସେଂଯୋଗର ମଣ୍ଡଳ ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ସାହୁ ସ୍ୱାଗତଭାଷଣ ଦେଇଥିବା ବେଳେ ଶିଶୁ କଲ୍ୟାଣ କମିଟିର ସଦସ୍ୟ ହିରଣ୍ୟ ରାୟ ଦନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଶିଶୁମାନଙ୍କସହ ଉପସ୍ଥିତ ସମସ୍ତ ଅଧିକାରୀ ଶିଶୁମାନଙ୍କର ସୁରକ୍ଷା ଏବଂ ଅଧିକାରକୁ ଶତପ୍ରତିଶତ ସୁନିଶ୍ଚିତ କରିବାକୁ ଶପଥ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ