ଶିଶୁ ସୁରକ୍ଷା ପାଇଁ ସଚେତନତା ଅଭିଯାନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ୍ ଅଧିନରେ ଥିବା ଛତିଝାର ଗ୍ରାମରେ ଥିବା ଆଦର୍ଶ ଅଙ୍ଗନଓ୍ବାଡି କେନ୍ଦ୍ର ନଂ ୨ ଠାରେ ,ଉତ୍ପୀଡ଼ନ ଓ ଶୋଷଣର ସମସ୍ତ ଏବଂ ଶିଶୁ ସୁରକ୍ଷା ପାଇଁ ସଚେତନତା ଅଭିଯାନ ରଥକୁ କନ୍ଧମାଳ ଜିଲ୍ଲାପାଳ ଆଶିସ୍ ଇଶ୍ୱର ପାଟିଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଗୋଟିଏ ଶିଶୁର ଚାରିଗୋଟି ଅଧିକାର ରହିଅଛି, ସେଥି ମଧ୍ୟରେ ବଞ୍ଚିବାର ଅଧିକାର, ବିକାଶର ଅଧିକାର, ସୁରକ୍ଷା ଅଧିକାର, ସୟଭାଗିତାର ଅଧିକାର, ରହିଛି l ଆମ ଜିଲ୍ଲାରେ ଦିନକୁ ଦିନ ବାଲ୍ୟ ବିବାହ କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି।ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାପାଇଁ ସମସ୍ତଙ୍କ କର୍ତବ୍ୟ ରହିଛି। ଯଦି ଶିଶୁର ଯେ କୈଣସି ନିର୍ଯ୍ୟାତନା ହେଲେ ବିନାମୂଲ୍ୟରେ ୧୦୯୮ ଏବଂ ୧୮୦୦୪୧୯୧୮୧୩ କୁ ଫୋନ କରି ସହାୟତା ନେଇପାରିବା ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମମକୁ ଅଞ୍ଚଳର ଅଗ୍ରଣି ସ୍ୱେଚ୍ଛାସେଵୀ ଅନୁଷ୍ଠାନ ସାହାରା ଓଏନ୍ଏସିଜି ,ଇଣ୍ଡିଆ ଜରମାନି , କରପୋରେସନ, ଓ୍ବାଲଡ ଭିଜନ ଇଣ୍ଡିଆ ର ସହଯୋଗ ପିକକ୍ ଅନୁଷ୍ଠାନର ସହାୟତାରେ ଏହି କାର୍ଯ୍ୟକ୍ରମ ୫ ଟି ବ୍ଲକ ଓ ଗ୍ରାମପଞ୍ଚାୟତ ରେ ବୁଲି ସଚେତନତା ରଥ ପରିକ୍ରମା କରିବା ସହ ସାଂସ୍କୃତିକ ଓ ଚଳଚିତ୍ର ମାଧ୍ୟମରେ ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାସମାଜ ମଙ୍ଗଳ ଅଧିକାରି ଓ ପ୍ରୋଗ୍ରାମ ଅଫିସର ଏସ. ଗାୟତ୍ରୀ , ସିଡିପିଓ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସାହାରା ଅନୁଷ୍ଠାନର ସଂପାଦକ ସୁକାନ୍ତ ନାୟକ ସ୍ୱାଗତ କରିଥିବା ବେଳେ ଅଭିଯାନ ରଥକୁ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ l ଏହି ଅଙ୍ଗନଓ୍ବାଡି ରେ ମାଣ୍ଡିଆ ଓ ଛତୁଆରେ ପ୍ରସ୍ଥୁତ ହୋଇଥିବା କାକରାପିଠା, କେକ କୁ ଜିଲ୍ଲାପାଳ ଅଙ୍ଗନଓ୍ବାଡି ଭିତରକୁ ଯାଇ ଛୋଟ ଛୋଟ କୋମଳମତି ଶିଶୁ ମାନଙ୍କ ସହିତ କେକ୍ କାଟିଥିଲେ l ଏଥିରେ ସମସ୍ତ ସୁପରଭାଇଜର ,ଅଙ୍ଗନଓ୍ବାଡି, ଆଶା ,ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ