ଶିଶୁ ସୁରକ୍ଷା ସମିତିର ଜିଲ୍ଲା ସ୍ତରୀୟ ବୈଠକ
ପାରଳାଖେମୁଣ୍ଡି ,(ଯୁଗାବ୍ଦ ନ୍ୟୁଜ୍) ; ପାରଳାଖେମୁଣ୍ଡି ଜିଲ୍ଲା ପରିଷଦ ସଭାଗୃହରେ ଶନିବାର ଗଜପତି ଜିଲ୍ଲାର ଶିଶୁ ସୁରକ୍ଷା ସମିତିର ଷଷ୍ଠତମ ବୈଠକ ଜିଲ୍ଲା ପରିଷଦର ଅଧକ୍ଷା ଅନିତା ରାଣୀ ବେହେରା ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ସ୍ୱାଧାଦେବ ସିଂ ଙ୍କର ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ଆବାହକ ତଥା ଜିଲ୍ଲା ଶିଶୁ ସୁରଧା ସମିତିର ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପୂର୍ବରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବା ସବିଶେଷ ତଥ୍ୟ ଉପରେ ଆଲୋକପାତ କରିଥିଲେ । ଏହା ସହ ଗ୍ତ ଏକ ବର୍ଷ ମଧ୍ୟରେକିପରି ସମସ୍ୟାର ସମାଧାନ କରାଯାଇଛି ସେ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହା ପରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ପ୍ରତ୍ୟୁଷ ସୂର୍ଯ୍ୟ ଗତବର୍ଷ ପୋଷ୍ୟସନ୍ତାନ ମାନଙ୍କୁ ନେଇ ନିଆଯାଇଥିବା ସଫଳତା ୍ଉପରେଆଲୋକପାତ କରିଥିଲେ । କିପରି ଶିଶୁ ସୁରକ୍ଷା ହୋଇପାରିବ ଓ ଉନ୍ନ୍ତି ହୋଇପାରିବ ସେ ବିସୟରେବିସ୍ରୁତ ଆଲୋଚନା କରିଥô୍ଲେ ।ଏହି ବୈଠକରେ ଚାଇଲ୍ଡ ଲାଇନର ସଂଯୋଜକ ବିଜୟ କୁମାର ପ୍ରଧାନ ,ଗୁମ୍ମା ପଞ୍ଚାୟତ ସମିତିର ଅଧକ୍ଷା ଗଜେନ୍ଦ୍ର ଗମାଙ୍ଗ , ନୂଆଗଡ ପଂଚାୟତ ସମିତିର ଅଧକ୍ଷ ଗୁଡୁବାଇ ମଣ୍ଡଳ , ଜିଲ୍ଲା ଶିକ୍ଷାଧିକାରୀ ଗୋଷାଣି ସମିତି ପଂଚାୟତର ଅଧକ୍ଷା ଶ୍ରୀମତି ଚନ୍ଦ୍ର ତାରକେଶ୍ୱରୀ , ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାରନାଗ , ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେ ରାଜୁ , ଶିଶୁ ମଙ୍ଗଳ ସମିତିର ସଭ୍ୟ ହିରନ୍ୟ ,ଅଳକା ସାହୁ , ପ୍ରଭୁ ପ୍ରସାଦ ଦାସ , ଭାଗ୍ୟଲକ୍ଷ୍ମୀ ନାୟକ ,ଅତିରିକ୍ତ ଜିଲ୍ଲା ଅଧିକାରୀ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ ।