ଶିଶୁ ସୁରକ୍ଷା ସମିତି ପକ୍ଷରୁ ଶିଶୁଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ବ୍ୟାଙ୍କ୍ , ପୋଷ୍ଟ ଅଫିସ ଏବଂ ଶିଶୁମିତ୍ରଙ୍କୁ ଥାନା ଭ୍ରମଣ କାର୍ଯ୍ୟକ୍ରମ କରାଯାଇଥିଲା
ପାରଳଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ଶିଶୁ ସୁରକ୍ଷା ସମିତି ତଥା ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକର ଶିଶୁ ମାନଙ୍କୁ ସେମାନଙ୍କ ନିଜ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବ୍ୟାଙ୍କ୍ , ପୋଷ୍ଟ ଅଫିସ ଏବଂ ଶିଶୁମିତ୍ର ଥାନା ଆଜି ପରିଦର୍ଶନରେ ନିଆ ଯାଇଥିଲା ।ଉକ୍ତ ପରିଦର୍ଶନ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଥିବା ,୫ ଟି ଶିଶୁଯତ୍ନ ଅନୁଷ୍ଠାନ ଯଥା:- ମୋହନା ଠାରେ ଥିବା ”ଡେଷ୍ଟାର ହୋମ”ଗୁମ୍ମା ବ୍ଲକର ଥିବା ”ନିଶାନ ଶାଲୋମ ଚିଲ୍ଡରେନ୍ ହୋମ ଏବଂ ଗୋଷାଣୀ ବ୍ଲକାଞ୍ଚଳରେ ଥିବା ବିବେକା ନନ୍ଦ ରେସିଡେନସିଆଲ ସ୍କୁଲ , ଶ୍ରୀ ଜଗନ୍ନାଥ ନିକେତନ ଏବଂ ପ୍ରାଉଡ ପ୍ରଭୃତି ଶିଶୁଯତ୍ନ ଅନୁଷ୍ଠାନର ଶିଶୁମାନେ ସାମିଲ ଥିଲେ ।ପରିଦର୍ଶନ ସମୟ,ରେ ଶିଶୁମାନେ ବ୍ୟାଙ୍କ୍ ଏବଂ ପୋଷ୍ଟ ଅଫିସ ର ବିଭିନ୍ନ ଯୋଜନା ଯଥା:- ଟଙ୍କା ଉଠାଣ ଓ ଜମା କରିବା , ମୁଚୁଆଲ ଫଣ୍ଡ , ବିଭିନ୍ନ ପ୍ରକାରର ଟାର୍ମ ଡିପୋଜିଟ , ଆଧାର ନାମାଙ୍କନ , କେ ୱାଇ ସି , ପ୍ରଭୃତି ବିଷୟରେ ଜାଣିବାକୁ ପାଇଥିଲେ ।ମୋହନା ସ୍ଥିତ ଡେଷ୍ଟାର ହୋମର ଶିଶୁମାନେ ପଞ୍ଜାବ ନେସନାଲ ବ୍ୟାଙ୍କ୍ ମୋହନାକୁ ପରିଦର୍ଶନରେ ଯାଇଥିବା ବେଳେ ବିବେକା ନନ୍ଦ ରେସିଡେନସିଆଲ ସ୍କୁଲର ଶିଶୁମାନେ ଗାରାବନ୍ଧ ସ୍ଥିତ ପଞ୍ଜାବ ନେସନାଲ ବ୍ୟାଙ୍କ୍ , ନିଶାନ ସାଲୋମ ଚିଲଡ୍ରେନ୍ ହୋମର ଶିଶୁମାନେ ଗୁମ୍ମା ସ୍ଥିତ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ , ଶ୍ରୀ ଜଗନ୍ନାଥ ନିକେତନ ଅନୁଷ୍ଠାନ ଓ ପ୍ରାଉଡ଼ ଅନୁଷ୍ଠାନର ଶିଶୁମାନେ ଯଥାକ୍ରମେ ପାରଳାଖେମୁଣ୍ଡି ସ୍ଥିତ ୟୁକୋ ବ୍ୟାଙ୍କ ଏବଂ ମୁଖ୍ୟ ଡାକଘର ପରିଦର୍ଶନରେ ଯାଇଥିଲେ।ଶିଶୁମିତ୍ର ଥାନା ପରିଦର୍ଶନ କରି ଶିଶୁମାନେ , ଶିଶୁ ମାନଙ୍କ ପ୍ରତି ରହିଥିବା ବିଭିନ୍ନ ଆଇନ ସମ୍ପର୍କରେ ଜାଣିବା ସହ ଏଫ୍ ଆଇ ଆର କଣ ଏବଂ ଏହା କିଏ ଓ କିଭଳି ଦେଇ ପାରିବ , ଜରୁରୀକାଳୀନ ନମ୍ବର – ୧୧୨ ତଥା ପୋଲିସର କର୍ତ୍ତବ୍ୟ ଓ ଭୂମିକା ସମେତ କାର୍ଯ୍ୟାବଳୀ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବାକୁ ପାଇଥିଲେ ।