ଶିଶୁ ସୁରକ୍ଷା ସମ୍ପର୍କିତ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକକାର୍ଯ୍ୟାଳୟ ର ବୈଠକ ଗୃହ ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ବେଛାସେବୀ ସଂଗଠନ ସଂଯୋଗ, ନିମାପଡ଼ା ପଞ୍ଚାୟତ ସମିତି ଓ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିର ରେ ସଂଯୋଗ ର ସମ୍ପାଦିକା ରୀନା ମହାନ୍ତି ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସମ୍ମାନୀୟ ଅତିଥି ଭାବେ ପୁରୀ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ସଦସ୍ୟ ଉମା ଶଙ୍କର ପାତ୍ର, ଶୁଭ ନାରାୟଣ ଶତପଥୀ, ନିମାପଡ଼ା ବିଡିଓ ବସନ୍ତ କୁମାର ମଲ୍ଲିକ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ଡାକ୍ତର ପ୍ରଶାନ୍ତ କୁମାର ସାମନ୍ତରାୟ, ରୁବି ରାଉତ, ସିଡିପିଓ କୁମୁଦିନୀ ମିଶ୍ର ପ୍ରମୁଖ ଯୋଗ ଦେଇ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ର ଦାୟୀତ୍ବ ଓ କର୍ତ୍ତବ୍ୟ ସମ୍ପର୍କ ରେ ଆଲୋଚନା କରିଥିଲେ।


