“ଶୀତ” : କବି – ସଂଜୟ କୁମାର ଚୌଧୁରୀ

କବି : ସଂଜୟ କୁମାର ଚୌଧୁରୀ

ତମେ ଏବେ ନୀରବ ଅତୀତ
ତମାମ ଦିବସ, ଆସ
ଏବଂ ତମେ ବାଂଟ ହସ
ଦିଅ ବଂଚିବା ବିଶ୍ୱାସ
ବଳ, ସାହାସ
ତମେ ଆମ ସଖା ବନ୍ଧୁ
ସାଥୀ/ସହୋଦର
ଦେଇଥାଓ ବି ତମେ
ଆମ ମନର ଅସମାହିତ
ଉପୁଜିଥିବା
ନୀରବ ପ୍ରଶ୍ନମାନଙ୍କ
ସହଜ ଉତର ।
ତମେ ଚିର –ଶାଶ୍ୱତ
ତମେ ଶୀତ
ଜୀବନମହତ୍ୱ
ତମେ ଅତୀତ-ଅନାଗତ
ଆଗତ
ଜଂ-ସନ-ହିନ
ନୂଆ ଭବିଷ୍ୟତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ