ଶୀତଦିନର ପ୍ରମୁଖ ପିକନିକ ସ୍ପଟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଗଣ୍ଡାହାତୀ ଜଳପ୍ରପାତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆନ୍ଧ୍ର ସୀମାନ୍ତରେ ଏବଂ ମହେନ୍ଦ୍ରଗିରି ପାଦ ଦେଶରେ ଗଜପତି ଜିଲ୍ଲାର ଗଣ୍ଡାହାତୀ ଜଳ ପ୍ରପାତ ରହିଛି. ବର୍ଷସାରା ବାରମାସରେ ଏଠାରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ଜମେ. ବିଶେଷ କରି ଶୀତଦିନରେ ପିକନିକ ବନେଇବା ପାଇଁ ଓଡିଶା ଓ ଆନ୍ଧ୍ରରୁ ବହୁ ପର୍ଯ୍ୟଟକ ଆସିଥାନ୍ତି. ଏଠାରେ ସୂଚନାଯୋଗ୍ୟଯେ, ଗାନ୍ଧୀ ଗଜପତି ଜିଲ୍ଲାରେ ରହିଛି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ମନଲୋଭା ପର୍ଯ୍ୟଟନ ସ୍ଥଳ । ସେଥିମଧ୍ୟରୁ ଗଣ୍ଡାହାତି ଜଳପ୍ରପାତ ଅନ୍ୟତମ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ଏହାର ଦୂରତା ପ୍ରାୟ ୪୦ କିମି ଦୂର ହୋଇଥିବା ବେଳେ ରେଶମ ସହର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରୁ ଏହାର ଦୂରତା ପ୍ରାୟ ୧୨୦ କିମି । ବର୍ତ୍ତମାନ ଶୀତଋତୁ ହୋଇଥିବା ବେଳେ ଏହି ଋତୁଟି ପିକନିକ ପାଇଁ ଉଚିତ ସମୟ ହୋଇଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସୁଉଚ୍ଚ ଜଳ ପ୍ରପାତର ଭରପୁର ମଜା ଉଠାଇବା ପାଇଁ ଏଠାରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼ । ଜଳ ପ୍ରପାତର ସୌନ୍ଦର୍ଯ୍ୟ ସାଙ୍ଗକୁ ଏହାର କୁଳୁକୁଳୁ ଶବ୍ଦ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ସହ ମନରେ ଭରି ଦେଇଥାଏ ଆନନ୍ଦର ଲହରୀ । ମନମୁଗ୍ଧକର ସବୁଜିମା ପରିବେଶ ସାଙ୍ଗକୁ ବଣଭୋଜିର ଭରପୂର ମଜା ଉଠାଇବା ପାଇଁ ଏହାର ରହିଛି ଅନେକ ଦର୍ଶନୀୟ ସ୍ଥାନ ଯାହା ଫଳରେ ଏହି ସମୟରେ ଏଠାରେ ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ପର୍ଯ୍ୟଟକଙ୍କର ଲାଗିଥାଏ ଭିଡ଼ । ସବୁଜିମା ଭରା ଜଙ୍ଗଲ ସାଙ୍ଗକୁ ଜଳପ୍ରପାତରେ ଗାଧୋଇବାର ଅନୁଭୂତି ରହିଥାଏ କିଛିଟା ନିଆରା | ଥରେ ଏଠାକୁ ଯେଉଁ ପର୍ଯ୍ୟଟକ ଆସି ଏହାର ସୌନ୍ଦର୍ଯ୍ୟକୁ ମନ ଭାରି ଉପଭୋଗ କରିଛନ୍ତି ସେମାନଙ୍କ ମନରେସବୁଦିନ ପାଇଁ ରହିଯାଇଥାଏ ପର୍ଯ୍ୟଟନ ସ୍ଥଳ ଗଣ୍ଡାହାତି ଜଳ ପ୍ରପାତର ଅଭୁଲା ସ୍ମୃତି । ଏହି ଜଳ ପ୍ରପାତ ଦେଖିବାକୁ ବହୁତ ସୁନ୍ଦର, ସ୍ୱଚ୍ଛ ଶାନ୍ତ ପରିବେଶ ସାଙ୍ଗ କୁ ଜଳ ପ୍ରପାତରେ ଗାଧେଇ ଅତ୍ୟନ୍ତ ଖୁସି ଲାଗୁଛି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାରୁ ଆସିଥିବା ସୁକୁମାର ରାଓ, ସାବିତ୍ରୀ ଦେବୀ, କୁମାର ସନ୍ତୋଷ, ହରି ରାଓ, ଏସ. ସରସ୍ବତୀ, ପି. ଲକ୍ଷ୍ମୀ ପ୍ରମୁଖ. ସେହିଭଳି ଗଣ୍ଡାହାତୀ ଜଳପ୍ରପାତ ଓ ଏହାର ଆଖପାଖ ଅଞ୍ଚଳ ଅତ୍ୟନ୍ତ ସୁନ୍ଦର ସାଙ୍ଗକୁ ମନମୁଗ୍ଧକର, ଏହାର ସୌନ୍ଦର୍ଯ୍ୟକୁ ଆହୁରି ବିକଶିତ କରି ଏହାର ପ୍ରଚାର ପ୍ରସାର କରିପାରିଲେ ଅନେକ ବାହାରର ପର୍ଯ୍ୟଟକ ଏହି ସ୍ଥାନକୁ ଆସିପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ