ଶୀତରେ ଅଧିକ ଭୋକ ଲାଗିବାର କାରଣ
ବିଭିନ୍ନ ବର୍ଗ ଓ ବୟସର ଲୋକଙ୍କୁ ସାମିଲ କରାଯାଇ ଜାପାନର ଏକ ଗବେଷକ ଦଳ ଏକ ଅନୁଧ୍ୟାନ କରିଥିଲେ । ପ୍ରାୟ ୫୪% ରୁ ଅଧିକ ଲୋକଙ୍କ ମତ ଥିଲା ଶୀତଦିନେ ସେମାନଙ୍କୁ ବାରମ୍ବାର ଭୋକ ଲାଗିଥାଏ । ଏହାର ପଛର କାରଣ ମଧ୍ୟ ସ୍ପଷ୍ଟ ହୋଇଥିଲା ।
ଥଣ୍ଡା ପରିବେଶ କାରଣରୁ ଆମକୁ ଅଧିକ ଶୋଷ ଲାଗେ ନାହିଁ । ଯାହାର ଫଳସ୍ୱରୂପ ଡିହାଇଡ୍ରେସନ ହୋଇଥାଏ । ଏହା ସହ ଘର ଭିତରେ ରୁମହିଟର ଚାଲିବା ସହ ଗରମ ପୋଷାକ ପିନ୍ଧିଥାଉ । ଏସବୁ କାରଣରୁ ଶରୀର ଆମର ହାଇଡ୍ରେଟ ହୋଇ ରୁହେ । ଶୋଷ ଏଭଳି ସମୟରେ ନ ଲାଗିବା ସହ ବାରମ୍ବାର ଭୋକ ଲାଗିଥାଏ ।
ବିଶେଷଜ୍ଞଙ୍କ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଶୀତ ଦିନେ କୁହୁଡ଼ିଆ ପାଗ କାରଣରୁ ଲୋକେ ସିଜନାଲ ଆକ୍ଟିଭିଟି ଡିସଅର୍ଡରେ ଆକ୍ରାନ୍ତ ହୋଇଥାନ୍ତି । ଏହା କାରଣରୁ ମଧ୍ୟ ବାରମ୍ବାର ଭୋକ ଲାଗୁଥିବାର ପ୍ରକାଶ ।
ଶୀତ ଦିନେ ବାହାରର ତାପମାତ୍ରା କାରଣରୁ ମଧ୍ୟ ଆମ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥାଏ ଓ ଭୋକ ଲାଗିବାର ତାହା ଅନ୍ୟତମ କାରଣ ବୋଲି ଜଣାପଡ଼ିଛି ।


