ଶୀତରେ ଯତ୍ନ
ଏଇ ଋତୁରେ ନିଜର ଯତ୍ନ ନେବା ଅଧିକ ଜରୁରୀ । ଥଣ୍ଡା ପରିବେଶରେ ଶରୀରର ତାପମାତ୍ରା ମଧ୍ୟ ପରିବର୍ତ୍ତିତ ହୋଇଥାଏ । ଏଣୁ ନିଜ ଖାଦ୍ୟ ପାନୀୟ ସହ ଆବଶ୍ୟକ ପରିମାଣରେ ପାଣି ପିଇବା ଉଚିତ । ଶୋଷ ନ ହେଉଥିବା ସତ୍ତ୍ୱେ ପାଣି ପିଇବାର ଅଭ୍ୟାସ କରନ୍ତୁ ।
ଯେ କୌଣସି ବ୍ୟଞ୍ଜନ ପ୍ରସ୍ତୁତି କଲାବେଳେ ସେଥିରେ ସୋରିଷ ତେଲ ବ୍ୟବହାର କରନ୍ତୁ । କାରଣ ସୋରିଷ ତେଲର ଉପଯୋଗରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।
ଫ୍ରିଜ ଖାଦ୍ୟ ତତ୍କ୍ଷଣାତ ନ ଖାଇ ଭଲ ଭାବେ ମାଇକ୍ରୋୱେଭ ନଚେତ୍ କଡେଇରେ ଗରମ କରି ଖାଇବା ଉଚିତ । ସେହିପରି ଥଣ୍ଡା ଖାଦ୍ୟ ଖାଇଲେ ସର୍ଦି, ଛିଙ୍କ ହେବାର ଅଶାଙ୍କା ବଢ଼ିଯାଏ ।
ବିଶେଷଜ୍ଞଙ୍କ ମତରେ ଏଇ ଋତୁରେ ଉଷୁମ ପାଣି ପିଇଲେ ତାହା ଖାଦ୍ୟ ଭଲ ଭାବେ ହଜମ କରିବାରେ ସାହାଯ୍ୟ କରେ ।
ଦହି ଶୀତଦିନେ ଅଧିକ ପରିମାଣରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏଣୁ ଭୋଜନ ସମୟରେ ସତର୍କ ରହିବା ଉଚିତ ।
ନିୟମିତ ଭାବେ ସକାଳ ବେଳା ଓ ସନ୍ଧ୍ୟା ସମୟରେ ପରିବା ସୁପ୍ ଏଇଦିନେ ପିଅନ୍ତୁ । ତାହା ଶରୀରକୁ ଶକ୍ତି ଯୋଗାଇଥାଏ ।