ଶୀତ ଦିନରେ ମଧ୍ୟ ପାନୀୟଜଳ ଉତ୍କଟ ସମସ୍ୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକର ଏନ ଝାଲାରସିଂ ଗ୍ରାମର ଖ୍ରୀଷ୍ଟିଆନ ସାହିରେ ବର୍ତ୍ତମାନର ଶୀତ ଦିନରେ ମଧ୍ୟ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି.ପାଣି ପାଇଁ ନିର୍ଭର କରୁଥିବା ଗ୍ରାମ ନିକଟସ୍ଥ ଝରଣାଟି ବର୍ତ୍ତମାନ ଶୁଖି ପଡ଼ିଥିବା ଯୋଗୁଁ ଲୋକଙ୍କ ପାଣି ସମସ୍ୟା ଦ୍ବିଗୁଣିତ ହୋଇଯାଇଛି. ସରକାର ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ ପାଇଁ ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତଥାପି ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା ସମାଧାନ ହୋଇପାରୁ ନାହିଁ। ଦେଶ ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଭାରତରେ ପରାଧୀନ ଭାବେ ଅଭିଶପ୍ତ ଜୀବନ ବିତାଉଛନ୍ତି ନୂଆଗଡ ବ୍ଲକ୍ ଅନ୍ତର୍ଗତ ସମ୍ବଲପୁର ପଞ୍ଚାୟତର ଏନ୍. ଝାଲାରସିଂ ଖ୍ରୀଷ୍ଟିୟାନ୍ ସାହିର ଲୋକେ। ଏହି ଖ୍ରୀଷ୍ଟିୟାନ୍ ସାହିରେ ପ୍ରାୟ ପାଞ୍ଚଶହ ଲୋକ ବସବାସ କରୁଛନ୍ତି। ଏହି ସାହିରେ ପିଇବା ପାଣି ଏବଂ ନିତିଦିନ ବ୍ୟବହାର କରୁଥିବା ପାଣି ସମସ୍ୟା ସବୁବେଳେ ଦେଖା ଦେଉଛି। ସ୍ନାନ ନିମନ୍ତେ ପୁରୁଷ ଲୋକଙ୍କୁ ଗ୍ରାମ ଠାରୁ ୧ କି.ମି ଦୂରକୁ ଯିବାକୁ ପଡୁଛି। ଅତି ଦୁଃଖର ବିଷୟ ଏହି ଡ଼ିସେମ୍ବର ମାସରେ ହିଁ ଗାଧୋଇବା ନାଳର ପାଣି ସୁଖିଯାଇଛି। ଗ୍ରୀଷ୍ମ ଋତୁରେ ପାନୀୟଜଳ ସମସ୍ୟା ନକହିବା ଭଲ। ସାହିରେ ଦୁଇଟି ନଳକୂପ ରହିଛି ପ୍ରାୟ ନଳକୂପ ଉପରେ ଭରଷା କରନ୍ତି ସାହି ବାସିନ୍ଦା ସେଥିରେ ପିଇବା ପାଣି ବେଳେ ବେଳେ ନିଅଣ୍ଟ ହୁଏ। ସେହି ନଳକୂପରୁ ଦୂଷିତ ଜଳ ନିଷ୍କାସନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ଷ ବର୍ଷ ଧରି ଲୋକେ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି। ପୂର୍ବ ୨୪ ବର୍ଷ ବିଜଦ ସରକାର ଅମଳରେ ବିକାଶ ଅପହଞ୍ଚ ହୋଇଥିବା ପରିଲକ୍ଷିତ ହୋଇଛି। ଦୀର୍ଘ ୨୪ ବର୍ଷ ପରେ ସରକାର ବଦଳିଲା ଲୋକେ ବିଜେପି ଦଳକୁ ଆସ୍ଥା ପ୍ରକଟ କରିଛନ୍ତି। ଲୋକଙ୍କୁ ମୌଳିକ ଅଧିକାର ଯୋଗାଇବା ଦେବା ପାଇଁ ବର୍ତ୍ତମାନ ବିଜେପି ସରକାର ଶାସନ କ୍ଷମତା ରେ ରହିଛନ୍ତି। ବିଜେପି ସରକାର ପାନୀୟଜଳ ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି। ନିତିଦିନ ବ୍ୟବହାର କରାଯାଉଥିବା ପାଣି ସମସ୍ୟା ଦୂର କରିବା ପାଇଁ ଗ୍ରାମବାସୀ ସରକାର ଓ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ