ଶୀତ ଦିନେ ପିଇବା ପାଣି ମିଳୁନି,ଖରା ଦିନ ହେଲେ ଅବସ୍ଥା କଣ ହେବ?

ମୋହନାରେ ଉତ୍କଟ ପାନୀୟ ଜଳ ସମସ୍ୟା ନେଇ ବୈଠକ ।
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) :ଗଜପତିି ଜିଲ୍ଲାର ମୋହନା ବ୍ଲକରେ ବର୍ତ୍ତମାନର ଶୀତ ଦିନରେ ପିଇବା ପାଣି ମିଳୁ ନାହିଁ । ଆଗକୁ ଖରା ଦିନ ଆସୁଛି । ଖରା ଦିନ ପୁର୍ବରୁ ଏହି ସମସ୍ୟାର ସମାଧାନ କରା ନ ଗଲେ ଅବସ୍ଥା ଅସମ୍ଭାଳ ହେବ । ମୋହନା ଅଞ୍ଚଳରେ ଏହି ଉତ୍କଟ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋହନାରେ ପାନୀୟ ଜଳର ସୁ ବ୍ୟବସ୍ଥା ପାଇଁ ଏକ ପ୍ରକଳ୍ପ ନିର୍ମାଣ ହୋଇଛି । ହେଲେ ଏହା ଦ୍ୱାରା ଲୋକଙ୍କୁ ପାଣି ମିଳୁ ନାହିଁ । ଜଳ କ୍ଳିଷ୍ଟକୁ ଦୁର କରି ସମସ୍ୟାର ସମାଧାନ କରିବା ପାଇଁ ବ୍ଲକ ସଭାଗୃହରେ ଏକ ବୈଠକ ଆର.ଉଦୟଗିରି ସହକାରୀ ନିର୍ବହୀ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ,ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ନରସିଂହ ମାଣ୍ଡିଙ୍କି,ସରପଞ୍ଚ ଶେଖର ମଳିକ,ଭାରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ସିମାଞ୍ଚଳ ବେହେରା ଯୋଗ ଦେଇ ମୋହନା ସହରରେ ପାଣିର ସମସ୍ୟା ଦୁର କରିବା ପାଇଁ କିଛି ବର୍ଷ ତଳେ ହିଲଟପ୍ କଲେଜ ଓ ରଙ୍ଗମାଟିଆ ଠାରେ ନିର୍ମାଣ ହୋଇଥିବା ପାଣି ଟାଙ୍କିକୁ ମୋଟର ଯୋଗେ ନଦୀର ପାଣି ରାତିରେ ଛଡାଯିବ । ପ୍ରଥମେ ଯେଉଁ ସାହିରେ ପାଣିର ଅଭାବ ରହିଛି ସେହି ସାହିକୁ ପାନୀୟ ଜଳ ଯୋଗାଣ କରାଯିବ । ତା ପରେ ଅନ୍ୟ ସାହିକୁ ଜଳ ବଣ୍ଟନ ହେବ । ଯାହା ଫଳରେ ସାଧାରଣ ଲୋକେ ପାନୀୟ ଜଳରୁ ବଞ୍ଚିତ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । ଆଗକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମେଗା ଜଳ ପ୍ରକଳ୍ପ ମୋହନା ଠାରେ କାର୍ଯ୍ୟକାରୀ ହେବାକୁ ମଞ୍ଜୁରୀ ପାଇଛି । ତାହା କାର୍ଯ୍ୟକାରୀ ହେଲେ ମୋହନା ଅଞ୍ଚଳରେ ପାନୀୟ ଜଳର ସମସ୍ୟା ସମ୍ପୁର୍ଣ୍ଣ ଦୁର ହେବ ବୋଲି ଏସଡିଓ ଶ୍ରୀ ସାହୁ କହିଥିଲେ । ବୈଠକରେ ପଞ୍ଚାୟତର ୱାର୍ଡ ମେମ୍ବର ଯୋଗେନ୍ଦ୍ର ସାହୁ,ବିଭୁ ଚରଣ ମଲିକ,ସୁଧିର ପାଇକ,ବିକ୍ରମ ଦତ୍ତ ସାମଲ,ହାଡୁବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ