ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଅସହାୟ ଲୋକଙ୍କୁ କଫି ବଣ୍ଟନ

ପ୍ରତାପ ସାହୁଙ୍କ ନିଆରା ସେବା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ମହାମାରୀ କରୋନା ପ୍ରଭାବରେ ଏପର୍ଯ୍ୟନ୍ତ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭୁଷୁଡ଼ି ପଡ଼ିଥିବା ବେଳେ ପେଟକୁ ଗଣ୍ଡେ ଦାନା ଯୋଗାଡ଼ କରିବା ପାଇଁ ସେମାନେ ଅକ୍ଷମ ହୋଇଥିବା ବେଳେ ଶୀତ କାକରରୁ ନିଜକୁ ରକ୍ଷା କରିବା ପାଇଁ ଚା କପେ ପିଇବା ଏମାନଙ୍କ ପାଇଁ ସାତ ସପନ ପାଲଟଛି । ବର୍ତ୍ତମାନ ଶୀତର ଲହରୀ ଜାରି ରହିଥିବା ଭୁବନେଶ୍ୱର ରାସ୍ତାକଡ଼, ରେଲୱେ ଷ୍ଟେସନ ଏବଂ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ବହୁ ଗରିବ ଓ ଅସହାୟ ଲୋକ ଅତି ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି । ଏସବୁକୁ ହୃଦୟଙ୍ଗମ କରି ସମାଜସେବୀ ପ୍ରତାପ ସାହୁ ଏକ ନିଆରା ଢଙ୍ଗରେ ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି । ଶ୍ରୀଯୁକ୍ତ ସାହୁ ରାତି ୩ଟାରୁ ଉଠି କଫି ପ୍ରସ୍ତୁତ କରି ରେଲ୍‌ୱେ ଷ୍ଟେସନ, ରାମ ମନ୍ଦିର, ବରମୁଣ୍ଡା, ବାଣୀବିହାର ଓ ରାଜଧାନୀର ବିଭିନ୍ନ ରାସ୍ତାକଡ଼ରେ ଅତି ଦୟନୀୟ ଭାବରେ ଜୀବନଯାପନ କରୁଥିବା ଲୋକମାନଙ୍କୁ କଫି ପ୍ରଦାନ କରିଥାନ୍ତି । ଏ ବିଷୟରେ ପ୍ରତାପ ସାହୁଙ୍କୁ ପଚାରିବାରୁ, ବର୍ତ୍ତମାନ ସାରା ଓଡ଼ିଶାରେ ଶୀତର ଲହରୀ ଜାରି ରହିଥିବା ବେଳେ ରାଜଧାନୀବାସୀ ଘରେ ଦାମୀ ଶୀତବସ୍ତ୍ର ବ୍ୟବହାର କରି ରାତ୍ରୀ ଯାପନ କରୁଥିବା ବେଳେ ରାଜଧାନୀର ରାସ୍ତାକଡ଼ରେ ଅତି ଦୟନୀୟ ଭାବେ ଜୀବନଯାପନ କରୁଥିବା ଲୋକମାନଙ୍କୁ କଫି ଟିକେ ପିଇବାକୁ ଦେଲେ, ସେମାନେ ଶୀତ ପ୍ରକୋପରୁ ରକ୍ଷା ପାଇପାରିବେ । ଏହି କାର୍ଯ୍ୟକ୍ରମ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଛି ଏବଂ ଯେପର୍ଯ୍ୟନ୍ତ ଶୀତର ପ୍ରପୋକ ନ କମିଛି, ସେପର୍ଯ୍ୟନ୍ତ ଅସହାୟ ଲୋକମାନଙ୍କୁ କାଢା, ଅଦ୍ରକ ଚା, କଫି ଓ ଗରମ ପାଣି ପ୍ରଦାନ କରିଚାଲିବେ ବୋଲି ବୋଲି ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଥାଉକି ମାର୍ଚ୍ଚମାସରୁ ଓଡ଼ିଶାରେ ମହାମାରୀ କରୋନା ପ୍ରବେଶ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଶ୍ରୀଯୁକ୍ତ ସାହୁ ଅସହାୟ ଲୋକମାନଙ୍କୁ ସହଯୋଗର ହାତ ବଢାଇ ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ