ଶୁଖିଲା ରାସନ ସାମଗ୍ରୀ ବଣ୍ଟନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ବିଭିନ୍ନ ଗ୍ରାମରେ ୱାର୍ଡ ଅନୁଷ୍ଠାନ ଓ ପିଏଜି ଅନୁଷ୍ଠାନ ପକ୍ଷରୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରାଯାଇଛି, କ୍ଷ ଲକଡାଉନ ଯୋଗୁଁ ବିଭିନ୍ନ ଅଞ୍ଚଳରେ ରହୁଥିବା ଦିନ ମଜୁରିଆଙ୍କୁ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ, ଅନୁଷ୍ଠାନର ସଂଯୋଜକ ଅଶୋକ କୁମାର ପରିଡ଼ା,ସଭାପତି ରବିନ୍ଦ୍ର କୁମାର ପଣ୍ଡା, ଶାନ୍ତି ମୈତ୍ରୀର ଭଗବାନ ଜେନା, ଫାରେଲ ର ଅମିତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କରୋନା ଡରରେ ବାହାରକୁ ଯାଇପାରୁ ନ ଥିବା ଫଳରେ ଲୋକଙ୍କ କାମଧନ୍ଦା ବନ୍ଦ ରହିଛି ଏବଂ ରୋଜଗାର ହରାଇ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ନ ପାଇ ହଇରାଣ ହେଉଥିବା ଦେଖିବାକୁ ମିଳୁଛି କ୍ଷ ସେହି ଅସହାୟ ଲୋକଙ୍କୁ ଚି଼ହ୍ନଟ କରି ଜାତି ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ସହ , ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା କ୍ଷ ଏହି ବଣ୍ଟନ କାର୍ୟ୍ୟକ୍ରମ ଲକ ଡାଉନ ଖୋଲିବା ପର୍ୟ୍ୟନ୍ତ ଜାରି ରହିବ ବୋଲି ଅନୁଷ୍ଠାନର ସଂଯୋଜକ -ଅଶୋକ କୁମାର ପରିଡ଼ା ଓ ସଭାପତି ରବିନ୍ଦ୍ର କୁମାର ପଣ୍ଡା ପ୍ରକାଶ କରିଛନ୍ତି ।