ଶୁଣିଲାନି ପ୍ରଶାସନ; ସ୍ବେଛାସେବୀ ଅନୁଷ୍ଠାନ ଦ୍ୱାରା ଗ୍ରାମବାସୀ ଦେଶୀ ପଦ୍ଧତିରେ ନିର୍ମାଣ କଲେ କାଠ ପୋଲ  

ବାଲିଗୁଡା,( ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି  ପଞ୍ଚାୟତ ର ବୀରିନ୍ଦାପଡା ଗ୍ରାମବାସୀ ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ସେମାନେ ସେମାନଙ୍କ ଜୀବନ ଜୀବିକା ପାଇଁ ପ୍ରତ୍ୟେକ ଦିନ କାଳୀପେନୁ ନଦୀ କୁ ପାର ହେବାକୁ ପଡ଼ିଥାଏ ବର୍ଷା ହେଲେ ନଦୀ ପାର ହେବାକୁ ହେଲେ ବିଦ୍ୟୁତ ତାର ଗଛ ରେ ବାନ୍ଧି ବିପଦପୂର୍ଣ୍ଣ ଭାବେ ପିଲାଠୁ ବୁଢ଼ା ସମସ୍ତେ ବାଉଁଶ ରାଣୀ ଖେଳ ଭଳି ଜୀବନ କୁ ବାଜି ଲଗାଇ ନଦୀ ପାର ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏହି ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ସଚେତନହୋଇ ନିର୍ଦ୍ଧେଶ ଦେବା ପରେ  ସେଠାରେ କ. ନୂଆଗାଁ ବିଡିଓ ପହଁଚି ସେମାନଙ୍କ ସମସ୍ୟା ସମାଧାନ କରିବା ବଦଳରେ ତାର ଗୁଡ଼ିକୁ ଖୋଲିଦେଇ ନେଇ ଗଲେ ନା ରହିବ ବାଉଁଶ ନା ବାଜିବ ବଇଁଶୀ ନ୍ୟାୟ ରେ ନାଲି ଆଖି ଦେଖାଇଥିଲେ ଓ ପରେ ରାଇକିଆ ବ୍ଲକ ଦେଇ ଏକ ପୋଲ ପାର ହୋଇ ପଞ୍ଚାୟତ କୁ ଯିବାକୁ ପ୍ରଶାସନ ରାସ୍ତା ଦେଖାଇଥିଲା କିନ୍ତୁ ଲୋକେ ରୋକ ଠୋକ ସେହି ରାସ୍ତା ରେ ଯିବେ ନାହିଁ ବୋଲି ଜଣାଇ ଦେଇଥିଲେ। ଠିକ ଏକ ମାସ ପରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଦିଲ୍ଲୀ ସ୍ଥିତ ଗୁଞ୍ଜ ଓ ସ୍ଥାନୀୟ ୱାଡ଼ ନାମକ ଦୁଇଟି ସ୍ବେଚ୍ଛାସେବୀ ଅନୁଷ୍ଠାନ  ସେମାନଙ୍କୁ ସହାୟତା ହାତ ବଢ଼ାଇଛନ୍ତି ଗାଁ ଲୋକଙ୍କ ପାରିଶ୍ରମିକ ଫଳରେ କାଳୀ ପେନୁ ନଦୀ ଉପରେ ବାଉଁଶ, କାଠ, ପଥର, ବାଲି ବ୍ୟବହାର କରି ଦେଶୀ ପଦ୍ଧତି ରେ ପୋଲ ନିର୍ମାଣ କରିଛନ୍ତି ସେହି ପୋଲ ଉପରେ କିଭଳି ଯିବା ଆସିବା କରୁଛନ୍ତି ତାହାର ଚିତ୍ର ବର୍ତ୍ତମାନ ଦେଖିବାକୁ ମିଳିଛି l ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦେଖୁ ଯେ ସରକାର ହେଉ କି ଜିଲ୍ଲା ପ୍ରଶାସନ ହେଉ କେହି ମଧ୍ୟ କିଛି କଲେନାହିଁ, ଏଣୁ ବାଧ୍ୟହୋଇ  ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଗାଁ ଲୋକେ କି’ଭଳି କରି ଦେଖାଇଲେ , ତାହା ଦେଖନ୍ତୁ ବୋଲି ଗ୍ରାମବାସୀ ମାନେ କହିଛନ୍ତି l  ଏହି  ବ୍ରିଜ ନିର୍ମାଣ ର ଲମ୍ବା ୪୫ ‘ ଫୁଟ, ଓସାର ୩.୬’ ଫୁଟ ତିନୋଟି ବଡ଼ ଶାଳ ଗଣ୍ଡୀ ଯାହା ନଦୀ କୂଳରେ ଭାସି ଆସିଥିବା କାଠ, ବାଉଁଶ ୨୫ ଟି ତାର ୫କେ ଜି, କଣ୍ଟା, ପଥର, ବାଲି । ଗାଁ ରେ ରୁହନ୍ତି ୩୬ ପରିବାର ଶ୍ରମଦାନ ୧୫ ଦିନ ସମୟ ଲାଗିଛି। ପ୍ରତ୍ୟେକ  ଦିନ  ୮/୯ ଘଣ୍ଟା ୬୦/୭୦ ମହିଳା ଓ ପୁରୁଷ କାମ କରିଛନ୍ତି। ଦିଲ୍ଲୀ ସ୍ଥିତ ଗୁଞ୍ଜ ର ସୁରେଶ କୁମାର ଓ ସଦସ୍ୟ ଅଶୋକ ବେହେରା ସମେତ ୱାଡ଼ ର ସମ୍ପାଦକ ଆଶୁତୋଷ ସାହୁ ଓ ସଦସ୍ୟ ଅରବିନ୍ଦ ଏହି କାର୍ଯ୍ୟ ତଦାରଖ କରୁଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ