ଶୁଦ୍ଧ କ୍ରିୟା ଭୋଜିରେ ପୁଲିସ ସହ ଯୁକ୍ତି ତର୍କ : ୩ ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : କରୋନା କଟକଣାକୁ ଅବମାନନା କରି ଦ୍ୱାଦଶାହ ଦିବସରେ ଭୋଜିର ଆୟୋଜନ କରିବା ସହ ବହୁ ଲୋକଙ୍କୁ ଜମା କରିବା ଏବଂ ଉକ୍ତ କାର୍ଯ୍ୟରେ ପୁଲିସ ହସ୍ତକ୍ଷେପ କରି ବାରଣ କରିବା ପରେ ପୁଲିସକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଠେଲାପେଲା କରିବା ଅଭିଯୋଗରେ ହିଞ୍ଜିଳି ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଏଭଳି ଏକ ଘଟଣା ବୁଧବାର ହିଞ୍ଜିଳି ଥାନା ବିଷୋୟୀ ନୁଆଁପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି । ଶେରଗଡ଼ ତହସିଲଦାର ଡ଼ଃ. ଦୟାସନ୍ଧୁ ପରିଡ଼ାଙ୍କ ଅଭିଯୋଗ ପ୍ରକାରେ ହିଞ୍ଜିଳି ଥାନାରେ ନଂ-୨୫୮/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଗିରଫ ୩ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ସଂପୃକ୍ତ ଗ୍ରାମର କାଳୁ ବିଷୋୟୀ, ଜିମି ବିଷୋୟୀ ଓ ଅଜିତ ବିଷୋୟୀ । ଗିରଫ ମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ବୁଧବାର ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ ବିଷୋୟୀ ନୁଆଁପଲ୍ଲୀ ଗ୍ରାମରେ ଜୈନିକ ବ୍ୟକ୍ତିଙ୍କ ମୃତ୍ୟୁର ଦ୍ୱାଦଶାହ ଦିବସରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ସକାଶେ ଭୋଜିର ଆୟୋଜନ କରାଯାଇଥିଲା । କୌଣସି ସୁତ୍ରରୁ ଖବର ପାଇ କରୋନା କଟକଣାକୁ ଅବମାନନା କରୁଥିବା ଅଭିଯୋଗରେ ଶେରଗଡ଼ ତହସିଲଦାର ଡ଼ଃ. ପରିଡ଼ା ଓ ହିଞ୍ଜିଳି ଆଇଆଇସି ଦାସ ଓ ଏନଫୋର୍ସମେଂଟ ଟିମ୍ ଘଟଣା ସ୍ଥଳରେ ପଂହଚି ବହୁ ଲୋକଙ୍କୁ ରୁଣ୍ଡ କରିବା ସହ କରୋନା କଟକଣାକୁ ଅବମାନନା କରିବା ଅଭିଯୋଗରେ ଭୋଜିକୁ ବନ୍ଦ କରିବା ସକାଶେ ନିିର୍ଦ୍ଦେଶ ଦେଇଥିଲେ । ଉପସ୍ଥିତ ଲୋକେ ଉତ୍ୟକ୍ତ ହୋଇ ପୁଲିସ ଓ ଏନଫୋର୍ସମେଂଟ ଟିମ୍‌କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଠେଲାପେଲା କରିବା ସହ ଆକ୍ରମଣ ଉଦ୍ୟମ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ