ଶୁଦ୍ଧ ପାନୀୟ ଜଳ ପାଉନାହାନ୍ତିି ପର୍ଯ୍ୟଟକ

କୋଣାର୍କ (ଯୁଗାବ୍ଦ ନ୍ୟୁଜ): ବିଶ୍ୱ ପ୍ରସିଦ୍ଧ ସୂର‌୍ୟ୍ୟମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ପର‌୍ୟ୍ୟଟକ ଶୁଦ୍ଧ ପାନୀୟ ଜଳ ପାଇପାରୁ ବଞ୍ଚିତ ହେଉଛନ୍ତି । କୋଣାର୍କ ଏନ୍ଏସିରେ ଜଳ ଯୋଗାଣା ଦାୟିତ୍ୱରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି ।
ପ୍ରକାଶ ଯେ, ପର‌୍ୟ୍ୟଟକ ଓ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପାଣି ଟାଙ୍କି ସ୍ଥାପନ କରାଯାଇଛି । ମାତ୍ର ସେଥିରୁ ପ୍ରତିଦିନ ପାଣି ବଦଳ କରାନଯିବାରୁ ସେହି ପାଣିଗୁଡ଼ିକ ପିଇବା ଅନୁପଯୋଗୀ ହୋଇପଡ଼ିଛି । ଏପରିକି କେତେକ ସ୍ଥାନରେ ଆଦୌ ପାଣି ନଥିବା ଅଭିଯୋଗ ହେବାସହ ଅଚଳ ଷ୍ଟାଣ୍ଡପୋଷ୍ଟଗୁଡ଼ିକ ସଚଳ କରିବାରେ ଜନସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି । କୋଣାର୍କରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସମସ୍ୟା ଦେଖାଦେଇଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପର‌୍ୟ୍ୟଟକଙ୍କ ପାଇଁ ପାନୀୟ ଜଳ ଯୋଗାଣ ନିମନ୍ତେ ରିଙ୍ଗ୍ ରୋଡ଼, ରାଜାରାମ ମନ୍ଦିର, ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟ, ମେଡିକାଲ ଛକ, ସୂର‌୍ୟ୍ୟ ମନ୍ଦିର ସମ୍ମୁଖରେ ଅସ୍ଥାୟୀ ପାଣି ଟାଙ୍କି ସ୍ଥାପନ କରାଯାଇଥିଲେ ବି ଏହି ପାଣିଟାଙ୍କିଗୁଡ଼ିକୁ ରକ୍ଷଣାବେକ୍ଷଣ କରାନଯିବା ଫଳରେ ପର‌୍ୟ୍ୟଟକମାନେ ପାଣି ପାଇବାରେ ସମସ୍ୟା ଦେଖାଦେଇଛି । ଜଳ ଯୋଗାଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଜନସ୍ୱାସ୍ଥ୍ୟ ବିଭାଗ ଜଳ ଯୋଗାଣରେ ବିଫଳ ହୋଇଥିବା ଜଣାପଡ଼ିଛି । ତୁରନ୍ତ କୋଣାର୍କରେ ପାନୀୟ ଜଳ ସମସ୍ୟା ଦୂରପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଓ ପର‌୍ୟ୍ୟଟକଙ୍କ ପକ୍ଷରୁ ଦାବି ହେଉଛି । ଏନେଇ ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଦିପ୍ତୀରଞ୍ଜନ ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ କୌଣସି ପାଣି ଟାଙ୍କିରେ ସମସ୍ୟା ମୋ ଦୃଷ୍ଟିକୁ ଆସିନାହିଁ । ପ୍ରତିଦିନ ପାଣି ଅଦଳ ବଦଳ କରାଯାଇ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ