ଶୁନ ସ୍ତରରେ ପହଞ୍ଚିଲା ବାଘଘଟି ଜଳ ସ୍ତର ରଵୀ ଚାଷକୁ ନେଇ ଚିନ୍ତାରେ ଚାଷୀ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ଚଳିତ ବର୍ଷ କମ ବୃଷ୍ଟିପାତ ଯୋଗୁଁ ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପର ଜଳସ୍ତର ଶୁନ ସ୍ତରରେ ପହଞ୍ଚି ଥିବା ବେଳେ ରବି ଚାଷକୁ ନେଇ ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି। ଗଞ୍ଜାମ ଜିଲା ପାତ୍ରପୁର ତହସିଲରର ତୁରୁବୁଡି ପଞ୍ଚାୟତର ବାଘଲଟି ଗ୍ରାମ ନିକଟ ବାହୁଦା ନଦୀରେ ୨୬ବର୍ଷ ପୂର୍ବେ ବାଘଲଟି ମାଧ୍ୟମ ଜଳସେଚନ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲ ତୁରୁବୁଡି ପଞ୍ଚାୟତ ବାଘଲଟି ନିକଟରେ ବାହୁଦା ନଦୀ ରେ ଏହି ମାଧ୍ୟମ ଜଳସେଚନ ଯୋଜନା ନିର୍ମାଣ ହୋଇଛି ।ଏହି ଯୋଜନା ଦ୍ୱାରା ତିନିଗୋଟି ବ୍ଲକ ର ଚଉଦ ଗୋଟି ପଞ୍ଚାୟତ ର ଚାଷୀ ଖରିଫ ଋତୁରେ ୫୪୮୮ଏବଂରବୀ ଋତୁରେ ୧୭୫୦ହେକ୍ଟର ଜମିକୁ ଚାଷ କାର୍ଯ୍ୟ ପାଇଁ ଜଳ ଯୋଗାଇଛି। ଚଳିତ ବର୍ଷ ପ୍ରଥମରୁ ଜଳଭଣ୍ଡାର ରେ କମ୍ ପାଣି ଗଛିତ ଥିବା ଦେଖି ଚାଷୀଙ୍କ ଦାବିକୁ ଦେଖି ଖରିଫ ଋତୁରେ ପାଣି ଛଡା ଯାଇଥିଲା।ତେବେ ଜଳଭଣ୍ଡାର ଜଳସ୍ତର ନିନ୍ମ ଗାମୀ ହେବା ପରେ। ଗଣେଶ ଚତୁର୍ଥୀ ବେଳକୁ ସାମାନ୍ୟ ବର୍ଷା ହୋଇ ଜଳସ୍ତର ୯୨ମିଟରରେ ପହଞ୍ଚି ଥିଲା। ପ୍ରତିବର୍ଷ ବାଘଲଟି ଅଞ୍ଚଳରେ ହାରାହାରି ୧୨୦୦ ମିଳି ମିଟରରୁ ଉର୍ଦ୍ଧ ବର୍ଷା ହେଉଥିବା ଚଳିତ ବର୍ଷ ମାତ୍ର ୮୯୯ମିଲିମିଟର ବର୍ଷା ହେବା ଫଳରେ ଜଳସ୍ତର ୯୨ମିଟର ରେ ପହଞ୍ଚି ପୁଣି ଶୁନ ସ୍ତରକୁ ଆସିଛି।ଜଳଭଣ୍ଡାର ଦୁଇଟି ଦଫାରେ ନିର୍ମାଣ ହେବା ସହ ଡେମର ଉଚ୍ଚତା ୧୦୬ ମିଟର ହୋଇଛି।ଜଳଭଣ୍ଡାର ନ୍ୟୁନତମ୍ ଜଳ ସଂରକ୍ଷଣ ୮୮.୫ ମିଟର ହୋଇଥିବା ବେଳେ ଏବେ ଜଳସ୍ତର ପ୍ରାୟ ୮୬,୫ ମିଟର ରହିଛି। ଯାହାକି ରବୀ ଋତୁରେ ଜମିକୁ ଯୋଗାଇ ବାକୁ ଥିବା ପରିମାଣର ୦ ପ୍ରତିଶତ ବୋଲି ଜଣା ପଡିଛି। ଏହି ଯୋଜନାରୁ ପାତ୍ରପୁର ବ୍ଳକର ତୁରୁବୁଡି, ଖାରିଆ ଗୁଡ଼ା, ମନ୍ଦରଡ଼ା, ଶୁରଙ୍ଗି, ଦିଗପହଣ୍ଡି ବ୍ଲକ ର ଭ୍ରମରପୁର, ଚୌଧୁରୀ ଟିକର ପଡା,ଗୌଡ଼ଗାଁ,ବିଜୟ ଲକ୍ଷ୍ମୀ ନାରାୟଣ ପୁର, ବମକେଇ,ଗଡ ଗୋବିନ୍ଦ ପୁର, ଚିକିଟି ବ୍ଲକ୍ ର ନୂଆଁପଡା, ଚାନ୍ଦପୁର,ପ୍ରଭୁତି ପଞ୍ଚାୟତ ର ଚାଷ ଜମିକୁ ଡାହାଣ ,ବାମ କେନାଲ ସହ ଶାଖା କେନାଲ ନିର୍ମାଣ କରି ପାଣି ଯୋଗା ଯାଉଛି। ନାବାର୍ଡ ଆର୍ଥିକ ସହାୟତା ରେ ୧୯୯୬ ସାଲରେ ବାହୁଦା ନଦୀ ଉପରେ ଯୋଜନା କାର୍ୟ୍ଯ ଆରମ୍ଭ ହେବା ର ଦୁଇ ବର୍ଷ ପରେ ପାଣି ଭର୍ତ୍ତି ହେବା ପୂର୍ବରୁ ୮ଗୋଟି ଗ୍ରାମର ଲୋକମାନଙ୍କୁ ୧୯୯୮ସାଲରେ ପ୍ରସିଦ୍ଧ ଦେବୀ ପୀଠ କୁରେଇ ଶୁଣି ମନ୍ଦିର ସାମନା ରେ ସର୍ଭେ ହୋଇନଥିବା ଯନ୍ତ୍ରଗଡ ମୌଜାରେ ଥଇଥାନ କରାଯାଇ ଥିଲା। ଆଠ ଗୋଟି ଗ୍ରାମ ବେଙ୍ଗଇ ସାହିର ୨୭ପରିବାର, ବୁରୁଡ।ସିଙ୍ଗି ର ୧୪ପରିବାର, ଦ୍ୱିତୀକ।ସାହିର ୯ପରିବାର, ସିନ୍ଦୁରପୁର ର୨୮ପରିବାର, କର।ବାଙ୍କୀର ୧୧ପରିବାର, ଗମ୍ଭାରୀ ଖୋଲ ର୩୦ପରିବାର, ପୋଡାଢ଼ିଅର୧୨ପରିବାର, ବାଟଢ଼େଇପଡା ର୩୦ପରିବାର ସମେତ ୧୨୨ପରିବାର ସ୍ଥାନାନ୍ତର କରାଯାଇଥିଲା।ଏହି ସବୁ ଗ୍ରାମ ତୁରୁବୁଡି ଏବଂ ଆଙ୍କୁଲି ପଞ୍ଚାୟତ ଅଧୀନରେ ରହି ଥିଲା।ପରବର୍ତ୍ତୀ ସମୟରେ ଆଙ୍କୁଲି ପଞ୍ଚାୟତ ର ଗ୍ରାମ ଗୁଡିକୁ ଲୋକମାନଙ୍କ ପଞ୍ଚାୟତ ର ଦୂରତ୍ୱ କୁ ଦେଖି ତୁରୁବୁଡି ପଂଚାୟତ ରେ ସାମିଲ ହୋଇଥିଲା। ଲୋକମାନଙ୍କୁ ବସତି ଠାରୁ ପ୍ରାୟ ପ୍ରାୟ ପାଞ୍ଚ କିଲୋମିଟର ଦୂର ଝଗଡା ପଲ୍ଲୀ ନିକଟରେ ପ୍ରତି ପରିବାର କୁ ଏକ ଏକର ଜମି ଦେବାକୁ ସ୍ଥିର ହୋଇ ଥିଲା। ଏପରିକି ଚାଳସିରୁ ଉର୍ଦ୍ଧ ପରିବାରକୁ ଜମି ପଟା ଯୋଗାଯାଇଥିଲା ଲୋକମାନନେ ସେହିଦିନ ଠାରୁ ଖଜଣା ଦାଖଲ କରୁଥିବା ବେଳେ ଜମି ଚିନ୍ହଟ ହୋଇ ପାରିନାହିଁ।ପ୍ରଥମ ଦଫରେ ବାଦ ପଡିଥିବା ବହୁ ପରିବାର କୁ ଆଜି ପର୍ଯ୍ୟନ୍ତ ଜମିପଟା ଯୋଗାଯାଇ ନାହିଁ।ଏହା ପରେ ଜଳଭଣ୍ଡାର ରେ ମାଛ ଚାଷ ଆରମ୍ଭ କରାଯାଉଛି।ତେବେ ଲୋକମାନଙ୍କୁ ମାଛ ଧରିବା ତାଲିମ କିମ୍ବା ଡଙ୍ଗା ମିଳିନଥିବା ବେଳେ ପ୍ରାୟ ଚାଳସି ଲକ୍ଷ ଟଙ୍କା ବ୍ୟୟରେ ପଞ୍ଜୁରୀ ମଧ୍ୟରେ ମାଛଚାଷ କରି ବାସଚ୍ୟୁତ ପରିବାରର ଆର୍ଥିକ ସ୍ଥିତି ବଢ଼ାଇବା ପାଇଁ ଫିସେରି ବିଭାଗର ଉଦ୍ୟମ ର ସୁଫଳ ଲୋକମାନେ ନପାଇ ଦାଦନ ମୁହାଁ ହେଉଛନ୍ତି। ଗତବର୍ଷ ଭଲ ବର୍ଷା ନହେବା ଫଳରେ ରବୀ ଋତୁରେ ଜଳ ଯୋଗାଣ ବନ୍ଦ ରହିଥିବା ବେଳେ ରବୀ ଚାଷ ବେଳେ ବର୍ଷା ଫଳରେ ଚାଷୀ ବିନା ଜଳସେଚନର ତୈଳ ଏବଂ ଡ଼ାଲି ଜାତୀୟ ଫସଲ କରି ଲାଭବାନ ହୋଇ ଥିଲେ।ତେବେ ଯୋଜନା ନିର୍ମାଣ ର ୨୬ବର୍ଷ ପରେ ଦ୍ୱିତୀୟ ଥର ପାଇଁ ରବୀ ଋତୁରେ ବାଘଲଟି ଜଳସ୍ତର କମିବା ରବୀ ଚାଷ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ