ଶୁଭଆରମ୍ଭ ହେଲା ଅନ୍ତୋଦୟ ଗୃହ ଯୋଜନାର
ଉଦଳା,(ରାଜୀବ ବେହେରା): ଉଦଳା ବ୍ଳକ୍ ପରିସରରେ ଶୁଭ ଆରମ୍ଭ ହେଲା ଲୋକ ହିତ ଅନ୍ତର୍ଦୟ ଯୋଜନା l ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ମିଳିତ ସହଯୋଗିତାରେ ଆଜି ସମଗ୍ର ଓଡ଼ିଶାରେ ଅନ୍ତର୍ଦୟ ଗୃହ ଯୋଜନାର ଶୁଭ ଉଦ୍ଘାଟନ ହୋଇଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି । ତେବେ ଏହି ଉପଲକ୍ଷେ ଉଦଳା ବ୍ଲକ୍ ପରିସରରେ ଏହି ଭଳି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢ଼େଇ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ଉଦଳା ବ୍ଲକ୍ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ଉଦଳା ଏନ୍.ଏ.ସି. ଅଧକ୍ଷା ପ୍ରମିଳା ପଣ୍ଡା, ଉଦଳା ବ୍ଲକ୍ ଉପାଧ୍ୟକ୍ଷ, ରଜନୀ କାନ୍ତ ଦାସ, ଗୋଷ୍ଠୀ ଉନ୍ନୟନ ଅଧୁକାରୀ, ସମରଜିତ୍ କର ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଉଦଳା ବ୍ଳକ୍ର ବିଭିନ୍ନ ପଞ୍ଚାୟତର ହିତାଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧ ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚର ସମସ୍ତ କାର୍ଯ୍ୟକ୍ରମକୁ ପି.ଇ.ଓ. ବୃନ୍ଦାବନ ବେହେରା ପରିପ୍ପଳନା କରିଥିବାବେଳେ ଉଦଳା ବ୍ଲକ୍ର ଏ.ବି.ଡ଼ି.ଓ.. ଶରତ ଚନ୍ଦ୍ର ମହାନ୍ତି, ଗ୍ରାମ ପଞ୍ଚାୟତ ଅଧିକାରୀ, ଉପେନ୍ଦ୍ର ସୋରେନ୍, ବ୍ଳକ୍ ସେକସନ୍ ଅଧୁକାରୀ, କମଳ ଘୋଷ, ବି.ପି.ସି. ଜୟନାରାୟଣ ହାଁସଦଃ, ବି.ପି.ଏ. ଗୁଲାବ ଆୟୁବ୍ ଖାନ୍ ତଥା ଉଦଳା ବ୍ଳକର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇପାରୁନଥିବା ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ଶହୀଦ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ, ବନ୍ୟା ବାତ୍ୟା କ୍ଷତିଗ୍ରସ୍ତ ଯୋଗ୍ୟ ପରିବାରଙ୍କୁ ଅଗ୍ରାଧିକାର ଭିର୍ତ୍ତି ରେ ଉକ୍ତ ଯୋଜନାରେ ଗୃହ ମଞ୍ଜୁର କରାଯାଇ ପାରିବ । ଯାହାଦ୍ୱାରା ବହୁ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ବିଧାୟକ ପ୍ରକାଶ କରିଥିଲେ । ଏହି ଅବସରରେ ଉଦଳା ବ୍ଲକ୍ ର ବିଭିନ୍ନ ପଞ୍ଚାୟତର ପ୍ରାୟ ୧୦୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଦଫାରେ ଅର୍ଯ୍ୟୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ହିତାଧିକାରୀ ଚିହ୍ନଟ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉଦଳା ପ୍ରକାଶ କରିଥିବା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ସୂଚନା ଦେଇଛନ୍ତି।


