ଶୁଭକାର୍ଯ୍ୟରେ ଭଙ୍ଗାଯାଏ ନଡ଼ିଆ
ଭାରତରେ ଯେ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନଡ଼ିଆ ଭଙ୍ଗାଯାଇଥାଏ । ଘରେ କୌଣସି ପୂଜା ହେଉ କିମ୍ବା ନୂତନ ଗୃହ ପ୍ରବେଶ ଅଥବା ନୂଆ ଗାଡ଼ି ଓ ନୂଆ ବିଜନେସ୍ ଆରମ୍ଭ ପୂର୍ବରୁ ଏପରି କରାଯାଏ । ନଡ଼ିଆକୁ ଭାରତୀୟ ସଭ୍ୟତାରେ ଶୁଭ ଓ ମଙ୍ଗଳକାରୀ ବିଶ୍ୱାସ କରାଯାଏ । ନଡ଼ିଆ ସୌଭାଗ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ଜ୍ୟୋତିଷ ଶାସ୍ତ୍ରରେ ରହିଛି ଉଲ୍ଲେଖ । ଏହାକୁ ସଂସ୍କୃତରେ ଶ୍ରୀଫଳ ବୋଲି କୁହାଯାଏ । ଋଷି ବିଶ୍ୱାମିତ୍ର ଏହି ଶ୍ରୀଫଳର ସୃଷ୍ଟିକର୍ତ୍ତା ବୋଲି ପୁରାଣରେ ବର୍ଣ୍ଣିତ ଅଛି । “ଶ୍ରୀ’ର ଅର୍ଥ ଲକ୍ଷ୍ମୀ । ପୌରାଣିକ ମାନ୍ୟତା ଅନୁସାରେ ଲକ୍ଷ୍ମୀଙ୍କ ବିନା କୌଣସି ବି ଶୁଭ କାମ ପୂର୍ଣ୍ଣ ହୋଇ ନ ଥାଏ । ଏଣୁ ସମସ୍ତ ଶୁଭ କାର୍ଯ୍ୟରେ ଏହି ଶ୍ରୀଫଳର ହୋଇଥାଏ ଉପଯାଗ । ନଡ଼ିଆ ସମସ୍ତ କାର୍ଯ୍ୟକୁ କରେ ମଙ୍ଗଳମୟ କରେ ବୋଲି ବିଶ୍ୱାସ ରହିଛି । ନଡ଼ିଆର ଉପର ଭାଗ କଠିନ ଆବରଣ ଦର୍ଶାଇଥାଏ ଯେ, କୌଣସି କାମରେ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ ଆବଶ୍ୟକ । ନଡ଼ିଆ ଭାଙ୍ଗିବା ପଛରେ ବହୁ ମହତ୍ତ୍ୱପୂର୍ଣ୍ଣ କାରଣ ରହିଛି । ଏପରି କରିବା ଦ୍ୱାରା ଅହଂ ଭାବକୁ ନଷ୍ଟ ହୁଏ । ନଡିଆ ମଣିଷ ଶରୀରକୁ ପ୍ରଦର୍ଶିତ କରିଥାଏ । ଏହାକୁ ଭାଙ୍ଗି ଜଣେ ନିଜକୁ ବ୍ରହ୍ମାଣ୍ଡ ମଧ୍ୟରେ ସମ୍ମିଳିତ କରିଥାନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ନଡ଼ିଆରେ ଥିବା ତିନିି ଚିହ୍ନକୁ ଭଗବାନ ଶିବଙ୍କ ଆଖିର ପ୍ରତୀକ ବୋଲି ବିଶ୍ୱାସ କରାଯାଏ । ନଡ଼ିଆ ଭାଙ୍ଗିବା ଦ୍ୱାରା ସମସ୍ତ ମନୋକାମନା ପୂରଣ ହୁଏ ।


