ଶୁଭପଲ୍ଲବ ଇ-ପତ୍ରିକାର ୪୪ତମ ସଂସ୍କରଣ ଉନ୍ମୋଚିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ଓଡିଆ ଇ-ପତ୍ରିକା ଶୁଭପଲ୍ଲବର ୪୪ତମ ସଂସ୍କରଣ କାର୍ତ୍ତିକ ପୂର୍ଣ୍ଣିମା ତଥା ପଞ୍ଚକ ଅବସରରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୧୯ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣରେ କଭର ଫଟୋକୁ ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡିଆ ଗ୍ରାଫିକ୍ ଡିଜାଇନର ସମ୍ବିତ ଦାସ ଡିଜାଇନ କରିଛନ୍ତି । ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ପତ୍ରିକାର ସମ୍ପାଦନା ଓ ଅଂଳକରଣ କାର୍ଯ୍ୟ ତୁଲାଇଛନ୍ତି । ଏହି ପତ୍ରିକାଟି ଶୁଭପଲ୍ଲବ ଓଡିଆ ୱେବ୍ସାଇଟ, ଶୁଭପଲ୍ଲବ ଷ୍ଟୋର ସମେତ ମାଗଣାରେ ପଢିବା ପାଇଁ ବିଶ୍ୱସ୍ତରୀୟ ରିଡିଂ ୱେବ୍ ସାଇଟ୍ ବୁକ୍ସ, ଇସୁ ଓ ମ୍ୟାଗ୍ଷ୍ଟାରରେ ଉପଲବ୍ଧ ହେଉଛି । ୨୦୧୮ ମସିହାରେ ସ୍ଥାପିତ ଏହି ଇ-ପତ୍ରିକାଟି ୨୦୧୯ ମସିହାରୁ ମାସିକ ପତ୍ରିକା ଭାବରେ ପ୍ରତ୍ୟେକ ମାସର ୧ ତାରିଖରେ ପ୍ରକାଶ ପାଉଛି ।


