ଶୁଭପଲ୍ଲବ ଶିଶୁରାଇଜର ୨ୟ ସଂସ୍କରଣ ଉନ୍ମୋଚିତ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଆଜି ଉତ୍କଳ ଦିବସ ଅବସରରେ ଶୁଭପଲ୍ଲବ ଶିଶୁ ରାଇଜର ୨ୟ ସଂସ୍କରଣ ଏକ ଅନଲାଇନ୍ କାର୍ଯ୍ୟକ୍ରମ ଜରିଆରେ ଉନ୍ମୋଚିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଶୁଭପଲ୍ଳବର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି, ଶିଶୁରାଇଜର ସମ୍ପାଦିକା ପଲ୍ଲବୀ ପୂଜାପଣ୍ଡା, ଗ୍ରାଫିକ୍ ଡିଜାଇନର ସମ୍ବିତ୍ ଦାସ, ଲେଖିକା ସୁପ୍ରିୟା ପଣ୍ଡା ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଗତ ୨୦୨୧ ମସିହାରେ ଶୁଭପଲ୍ଲବ ଶିଶୁରାଇଜ ମାତୃଭାଷା ଦିବସରେ ପ୍ରକାଶ ପାଇଥିବା ବେଳେ ଏଥର ଉତ୍କଳ ଦିବସରେ ପ୍ରକାଶ ପାଇଛି । ଯେଉଁଥିରେ କୁନିକୁନି ପାଠକ ମାନଙ୍କ ପାଇଁ ବିଭିନ୍ନ ଗପ ଓ କବିତା ଆଦି ପ୍ରକାଶ ପାଇଥିବା ବେଳେ ଛୋଟଛୋଟ ପିଲା ମାନଙ୍କ ଦ୍ୱାରା ବିଭିନ୍ନ ଚିତ୍ରାଙ୍କନ ସ୍ଥାନିତ ହୋଇଛି । ଏହି ପତ୍ରିକାଟି ଶୁଭପଲ୍ଳବ ଷ୍ଟୋର ସମେତ ଗୁଗୁଲ୍ ବୁକ୍ସ ଓ ଇସୁ ଡଟ୍ କମ୍ରେ ମାଗଣାରେ ପଢିବା ପାଇଁ ଉପଲବ୍ଧ ହେଉଛି ।


