ଶୁଭଲକ୍ଷ୍ମୀ କ୍ରସିଂ ବଜାର ବ୍ୟବସାୟୀ ସଙ୍ଘ ପକ୍ଷରୁ ଜଳଛତ୍ର ଉଦଘାଟିତ

କେନ୍ଦ୍ରାପଡା,(ଚିତ୍ତରଂଜନ ଦାସ)ଶ୍ରୀ ଶ୍ରୀ ଶୁଭଲକ୍ଷ୍ମୀ ବଜାର ବ୍ୟବସାୟୀ ସଙ୍ଘ ପକ୍ଷରୁ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳନ ଅବସରରେ କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆସ୍ଥିତ ପୋଲିସ ଏଡପୋଷ୍ଟ ନିକଟରେ ଏକ ଜଳଛତ୍ର ଉଦଘାଟିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ପରେ ଜଳଛତ୍ର ଉଦଘାଟିତ ହୋଇଥିଲା । ପ୍ରବଳ ଗୀଷ୍ମ ପ୍ରବାହ ସମୟରେ ସେହି ରାସ୍ତା ଦେଇ ଦୈନିକ ଯାତାୟତ କରୁଥିବା ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ପଥଚାରୀଙ୍କ ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି ଏବଂ ଏହି ଜଳଛତ୍ରଟି ଗ୍ରୀଷ୍ମ ପ୍ରବାହର ଶେଷ ପର୍ଯ୍ୟନ୍ତ ଚାଲୁରହିବ ବୋଲି ବ୍ୟବସାୟୀ ସଙ୍ଘର ସଭାପତି କ୍ଷେତ୍ରବାସୀ ସାହୁ ସୂଚନା ଦେଇଛନ୍ତି । । ଏହି କାର୍ଯ୍ୟକ୍ରମରେ ସଙ୍ଘର ସମ୍ପାଦକ ସନାତନ ମୁଦୁଲି, ଗୋବିନ୍ଦ ଚନ୍ଦ୍ର ନାଥ, ସୁରେନ୍ଦ୍ର ସ୍ୱାଇଁ, ବିଦ୍ୟାଧର ନାଥ, ପ୍ରଭାକର ସାହୁ, ଭାଗବତ ନାୟକ, ପ୍ରସନ୍ନ କୁମାର ସାହୁ, ଦୁର୍ଗା ପ୍ରସାଦ ନାଥଶର୍ମା, ବିଦ୍ୟାଧର ନାଥଶର୍ମା ପ୍ରମୁଖ ଯୋଗଦେଇ ସେହି ଜଳଛତ୍ର ଷ୍ଟଲରୁ ପଥଚାରୀମାନଙ୍କୁ ପ୍ରଥମ ଦିବସରେ ଦହି ସର୍ବତ ବଂଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ