ଶୁଭ୍ରାବରଣୀ ଓ ବେଙ୍ଗଲି ଆସୋସିଏସନର ସାଂସ୍କୃତିକ ସଂଧ୍ୟା
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ‘ଶୁଭ୍ରାବରଣୀ’ ଓ ବାଲେଶ୍ୱର ବେଙ୍ଗଲୀ ଆସୋସିଏସନ’ର ମିଳିତ ସହଯୋଗରେ ବିଶେଷ ସାଂସ୍କୃତିକ ସଂଧ୍ୟା ସ୍ଥାନୀୟ ଟାଉନହଲ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଶୁଭ୍ରାବରଣୀର ସଭାପତି ଡ. ପ୍ରଦୀପ ଭୌମିକ, ସମ୍ପାଦକ ପ୍ରକାଶ ବର୍ଦ୍ଧନ, ବେଙ୍ଗଲି ଆସୋସିଏସନର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀନାରାୟଣ ଘୋଷଙ୍କ ଉପସ୍ଥିତିରେ ଇନଟାକ ବାଲେଶ୍ୱର ଚାପଟାର ଆବାହକ ଉଦୟର ରଂଜନ ଦାସ, ନାଟ୍ୟ ନିର୍ଦ୍ଦେଶକ ସୁରଞ୍ଜନ ଦାସମହାପାତ୍ର, ଇଂ. ଚିନ୍ମୟୀ ରକ୍ଷୀତ, ରଥିନ୍ଦ୍ର ନାଥ ଦେ ପ୍ରମୁଖ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେମ୍ସଂସ୍କୃତିକ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୁରୁ ରାଜେଶ କର ଓ ସୁବର୍ଣ୍ଣରେଖା ମହାପାତ୍ରଙ୍କ ନିର୍ଦ୍ଦେଶନାରେ ବେଙ୍ଗଲୀ ଲୋକନୃତ୍ୟ ପରିବେଶିତ ହୋଇଥିଲା । ବନ୍ଦନା କର ଏହି ନୃତ୍ୟର ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ । ପରେ ଡ. ଭୌମିକଙ୍କ ରଚିତ ଏବଂ ନିର୍ଦ୍ଦେଶିତ ବ୍ୟଙ୍ଗ ବଙ୍ଗଳା ନାଟକ ‘ପିତୃଭକ୍ତ ନମୋ ନମଃ’ ମଞ୍ଚସ୍ଥ ହୋଇଥିଲା । ଏଥିରେ ବିଶ୍ୱନାଥ ମହାରଣା, ସନ୍ତୋଷ କମିଳା, ମୁଦୁୁଳୀ, ସତ୍ୟରଂଜନ ମହାନ୍ତି, ରୀନା ଭୌମିକ, ଡାକ୍ତର ସମର ସାମନ୍ତ ପ୍ରମୁଖ ମଞ୍ଚ ପରିଚାଳନା କରିଥିବା ବେଳେ ସୁଲଳିତ କର, ଡାକ୍ତର ପିୟୁଷ ବରଣ ଘୋଷ, ପ୍ରାର୍ଥସାରଥୀ ଆଶ, ଦିବ୍ୟେନ୍ଦୁ ଦେ, ପ୍ରାର୍ଥ ପ୍ରୀତମ କର, ଶ୍ୟାମରାୟ କର, ବିକ୍ରମଜିତ କର, ଆଶିଷ ଘୋଷ, ତରୁଣ ବିଶ୍ୱାଳ, ଲକ୍ଷ୍ମୀନାରାୟଣ ଘୋଷ, ଡାକ୍ତର ଅସିତ ପ୍ରଧାନ, କମଳ କିଶୋର ଗିରି, ଦିଶାନୀ ସରକାର, ମୌସୁମୀ ଘୋଷ ପ୍ରମୁଖ କଳାକାରମାନେ ଅଭିନୟ କରିଥିଲେ ।