ଶୁଭ ଅଶୁଭର ସଙ୍କେତ ଦିଏ କାଉ

ଶାସ୍ତ୍ରରେ ପଶୁପକ୍ଷୀଙ୍କ ଉପସ୍ଥିତି ଓ ସ୍ୱର ଆଧାରରେ ତାହା ଶୁଭ କି ଅଶୁଭ ସ୍ଥିର କରାଯାଇଥାଏ । କୁହାଯାଏ ଯେ, ଛାତ ଉପରେ ଯଦି କୌଣସି କାଉ ବସିଯାଏ ତେବେ ଘରକୁ କୁଣିଆଙ୍କ ଆଗମନ ହୋଇଥାଏ । କାଉକୁ ଶନି ଓ ପୂର୍ବପୁରୁଷଙ୍କ ପ୍ରତୀକ ବୋଲି କୁହାଯାଇଛି । ତେଣୁ ପିତୃପକ୍ଷରେ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ କାଉକୁ ବିଶେଷ ରୂପେ ଖାଦ୍ୟ ଦିଆଯିବାର ପରମ୍ପରା ରହିଛି । ତେବେ ଘରର ଆଖପାଖରେ କାଉ ଦେଖାଦେଲେ ମଧ୍ୟ ଧନ ଆଗମନର ସଙ୍କେତ ମିଳିଥାଏ ବୋଲି କୁହାଯାଇଥାଏ । ଏଥିସହ ଭବିଷ୍ୟତରେ ହେବାକୁ ଥିବା ଘଟଣା ସମ୍ବନ୍ଧରେ ମଧ୍ୟ କାଉ ସୂଚନା ଦେଇଥାଏ ।
ପାଣି ଭର୍ତ୍ତି ଥିବା ପାତ୍ର ପାଖରେ କାଉ:
ଯଦି ଆପଣଙ୍କ ଘରେ ରଖାଯାଇଥିବା ପାଣି ଭର୍ତ୍ତି ପାତ୍ର ନିକଟରେ କାଉ ବସିଯାଏ, ତେବେ ତାହା ଧନ ଲାଭ ହେବାର ସମ୍ଭାବନା ବୃଦ୍ଧି ହେବାର ସୂଚନା ଦେଇଥାଏ । ଏଥିସହ ଆର୍ଥିକ ସ୍ଥିତି ମଜଭୁତ ହେବା ସହ ପରିବାରରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ।
ରୁଟି ଖାଇବାକୁ ଆଗଭର :
ମୁହଁରେ ରୁଟି ଖଣ୍ଡ ଥିବା କିମ୍ବା କୌଣସି ଖାଦ୍ୟଦ୍ରବ୍ୟ ନେଇ ଯାଉଥିବା କାଉ ଯଦି ଆପଣଙ୍କ ଘରର ଛାତ ଉପରେ ବସିଯାଏ । ତେବେ ଏହା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହେବାର ସଙ୍କେତ ଦେଇଥାଏ ।
କାଉ କ୍ଷୀଣ ସ୍ୱରରେ ରାବୁଥିଲେ:
କାଉ କ୍ଷୀଣ ସ୍ୱରରେ ରାବୁଥିଲେ ଦାମ୍ପତ୍ୟ ଜୀବନରେ ମଧୁରତା ଆସିଥାଏ ବାଲି ବିଶ୍ୱାସ ରହିଛି । କିନ୍ତୁ ଯଦି ସେ କର୍କଶ ସ୍ୱରରେ ରାବୁଥାଏ, ତେବେ ପରିବାର ସଦସ୍ୟଙ୍କ ଉପରେ କିଛି ସଙ୍କଟ ଆସିବାର ସେ ସଙ୍କେତ ଦେଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ