ଶୁଭ ଲକ୍ଷ୍ମୀ ଫିଜିଓ କେୟାର ସେଣ୍ଟର ଉଦଘାଟିତ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :- ଆଜି ପବିତ୍ର ଶ୍ରୀରାମ ନବମୀ ଅବସରରେ କରଞ୍ଜିଆ ଗୋଲେଇ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରେ ଅତ୍ୟାଧୁନିକ ଶୁଭ ଲକ୍ଷ୍ମୀ ଫିଜିଓ କେୟାର ଫିଜିଓ ଥେରଫି ସେଣ୍ଟର ଉଦଘାଟିତ ହୋଇଯାଇଛି । ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସହସମ୍ପାଦକ ତଥା କରଞ୍ଜିଆ ପ୍ରଗତିବାଦୀ ପ୍ରତିନିଧି ପାର୍ଥପ୍ରସନ୍ନ ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିରୂପେ ଆଇନଜୀବୀ ତ୍ରିଲୋଚନ ପତି, ଜିଲ୍ଲାପରିଷଦ ସଭ୍ୟା ସୁଶ୍ରୀ ପୂର୍ଣ୍ଣିମା ବାଗସିଂ, ପିପୁଲସ ଡେଭଲପମେଣ୍ଟ କାଉନସିଲ ର ଅଧ୍ୟକ୍ଷା ପୁଷ୍ପାଞ୍ଜଳି ସିନ୍ଧୁ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସମାୟ ପୂର୍ତ୍ତି,କରଞ୍ଜିଆ ପ୍ରେସ କ୍ଲବ ସମ୍ପାଦକ କର୍ଣ୍ଣାର୍ଜୁନ ସାହା, ସାଂସଦ ପ୍ରତିନିଧି ଜିତେନ୍ଦ୍ର ରାଜ,ସାମ୍ବାଦିକ ଉମାଶଙ୍କର ଦାଶ,ଭାଗବତ ଚନ୍ଦ୍ର ଦାଶ, ଦିବ୍ୟନ୍ଦୁ ଶେଖର ବେହେରା,ୱାର୍ଡନ ୩ କାଉନସିଲର ଶ୍ରୀମତୀ ଅନିତା ଚାତାର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ପୂଜାର୍ଚନା ପରେ ନଡ଼ିଆ ଫଟାଯାଇ ଫିଟାକଟାଯାଇ ଉଦଘାଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମ କୁ ଆଇନଜୀବୀ ସୁଦର୍ଶନ ବେହେରା ପରିଚାଳନା କରିଥିବା ବେଳେ ଫିଜିଓ ଥେରଫି ସେଣ୍ଟର ର ସ୍ୱତାଧିକାରୀ ଡ଼ ରାଇମୋହନ ବାଙ୍କୀରା ଫିଜିଓ ଥେରଫି ର ଉପାଦେୟତା ସମ୍ବନ୍ଧ ରେ ଉପସ୍ଥିତ ଲୋକଙ୍କୁ ସବିଶେଷ ସୂଚନା ଦେଇଥିଲେ I ଏଠାରେ ସ୍ନାୟୁଜନିତ ଦୁର୍ବଳତା, ମଧୁମେହ ଜନିତ ଦୁର୍ବଳତା, ପକ୍ଷାଘାତ, ମାଂଶପେଶୀ ରେ ଯଡ଼ତା, ମାନସିକ ଅନଗ୍ରସର ଶିଶୁଓ ଶାରୀରିକ ଭିନ୍ନକ୍ଷମ ଶିଶୁଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ଡ଼ ବାଙ୍କୀରା ସୂଚନା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ