ଶୂକର ବେଳାଭୂମି

ବାହାମା ଅନ୍ତର୍ଗତ ଏକ ଦ୍ୱୀପ-ସଂଲଗ୍ନ ବେଳାଭୂମି ଶୂକର ବା ଘୁଷୁରି ବେଳାଭୂମି ଭାବେ ପ୍ରସିଦ୍ଧ । ଏଠାରେ ଜନବସତି ନାହିଁ । ଏଠାରେ କେବଳ ଘୁଷୁରିମାନେ ବିଚରଣ କରିଥାଆନ୍ତି । ସନ୍ତରଣରେ ଏମାନେ ବେଶ ପାରଙ୍ଗମ । ଘୁଷୁରିଗୁଡିକ ଉକ୍ତ ବେଳାଭୂମିରେ କିପରି ପହଞ୍ଚିଲେ ତାହା ଅଜଣା । ଏବେ ଏହି ବେଳାଭୂମି ଏକ ପ୍ରମୂଖ ପର୍ଯ୍ୟଟନସ୍ଥଳୀ ପାଲଟିଛି । ଘୁଷୁରିଗୁଡିକ ପର୍ଯ୍ୟଟକଙ୍କ ସହିତ ସନ୍ତରଣ କରନ୍ତି, ସେମାନଙ୍କ ହାତରୁ ଖାଦ୍ୟ ଖାଆନ୍ତି । ବେଳେବେଳେ ମଣିଷଙ୍କ ସହିତ ସନ୍ତରଣ ଓ ସୌର-ସ୍ନାନ କରୁଥିବାର ମଧ୍ୟ ଏମାନଙ୍କୁ ଦେଖିବାକୁ ମିଳେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ