ଶୂନଶାନ ମା’ଲକ୍ଷ୍ମୀଙ୍କ ପୂଜା ଉତ୍ସବ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟଧନ ଲେଙ୍କା): କୋରନା ମହାମାରୀ ପାଇଁ ଏଥର ପୂଜାପର୍ଵାଣୀ ନିରାଡମ୍ବର ଭାବେ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ମା’ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ନିରାଡମ୍ବର ଭାବେ ପାଳିତ ହେଉଛି । ପୂଜାସ୍ଥଳୀରେ ଦେଖିବାକୁ ମିଳୁନାହିଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ । କେଵଳ କର୍ତା ଓ ପୂଜକଙ୍କୁ ଛାଡିଦେଲେ ଖାଁ ଖାଁ ଲାଗୁଛି ପୀଠସ୍ଥଳୀ। ଭଣ୍ଡାରିପୋଖରୀ ବଜାର ସମେତ, କହରାପୋଖରୀ, ବାଲିପୋଖରୀ, ମାଳଦା ପ୍ରମୁଖ ସ୍ଥାନରେ ମା ଙ୍କ ପୂଜା ନିରାଡମ୍ବର ଭାବେ ପାଳିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ