ଶୂନ୍ଯ ଦର୍ଶନ

କେତେ ଶୂନ୍ଯ ଆଉ ବର୍ଣ୍ଣିବି
ଆହେ ଶୂନ୍ଯ ପୁରୁଷ,
ଶୂନ୍ଯ ଶୂନ୍ଯ ମହାଶୂନ୍ଯରେ
ତୁମ ଶୂନ୍ଯ ନିବାସ ।

ନାହିଁ ଇନ୍ଦ୍ରି ଯୋନି ଜନମ
ଶୂନ୍ଯ ଶୂନ୍ଯରେ ହୋଇ,
ମହାଶୂନ୍ଯେ କର ରାହାସ
ଆହେ ଶୂନ୍ଯ ଗୋସେଇଁ ।

ନପିନ୍ଧି ବସନ ଭୂଷଣ
ନୁହଁ ଉଲଗ୍ନ ଜମା,
ଲଜ୍ଜାବୋଧ ଶୂନ୍ଯ ସହନ
କିବା ଦେବା ଉପମା ।

ରୂପ ବହି ଯୋନି ଜନମ
ଲଜ୍ଜା ଭୂଷଣ ଧରି,
ତୁମ ପଛେ ଆମେ ଧାଉଁଛୁ
କାହୁଁ ପାରିବୁ ଧରି ।

ତେଣୁ ଶୂନ୍ଯେ କରି ଆଶରା
ଶୂନ୍ଯେ ଦେଉଛୁ ଚାହିଁ,
ଶୂନ୍ଯରୂପୀ ଶୂନ୍ଯ ପୁରୁଷ
ଦିଅ ଶୂନ୍ଯରୁ ଚାହିଁ ।

ଗଦଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ